ଅହଂଭାବ ଦୂର କରିବାର ସୂତ୍ର

ସମ୍ପର୍କ ଭିତରେ ଯେବେ ଅହଂଭାବ ଆସିଯାଏ ସେତେବେଳେ ସମ୍ପର୍କରେ ଦେଖାଦିଏ ଫାଟ । ତେଣୁ ଏହାକୁ ଯଥାଶୀଘ୍ର ମନରୁ ଦୂରେଇ ଦେବା ନିହାତି ଆବଶ୍ୟକ । ତେବେ କିଛି ସହଜ ଉପାୟ ଅବଲମ୍ବନ କରି ଏହାକୁ ଦୂରେଇ ଦେଇହେବ ।

* ପ୍ରିୟଜନଙ୍କ କୌଣସି କଥାକୁ ଧରି ନ ରଖି ଯଥାସମ୍ଭବ ଭୁଲିଯାଆନ୍ତୁ ।
* କୌଣସି କଥାକୁ ନେଇ ମନୋମାଳିନ୍ୟ ହେଲେ ନିଜ ଆଡୁ କ୍ଷମା ମାଗି ନିଅନ୍ତୁ ।
* ସମସ୍ତଙ୍କ ନିକଟରେ ସଚ୍ଚୋଟ ହେବା ପାଇଁ ଚେଷ୍ଟା କରନ୍ତୁ ଏବଂ ମନ ଖୋଲି ମନର ଭାବ ପ୍ରକାଶ କରନ୍ତୁ ।
* ପ୍ରିୟଜନଙ୍କ ପାଇଁ ମନରେ ଥିବା ପ୍ରେମଭାବକୁ ପରିପ୍ରକାଶ କରିବା ପାଇଁ ଆଦୌ ପଛଘୁଞ୍ଚା ଦିଅନ୍ତୁ ନାହିଁ ।
* ବିନା କୌଣସି ସର୍ତ୍ତରେ ଅନ୍ୟମାନଙ୍କୁ ଖୁସି ଦେବାକୁ ଚେଷ୍ଟା କରନ୍ତୁ ।
* ଆପଣଙ୍କ ଜୀବନକୁ ସୁଖଦ କରିଥିବା ପ୍ରତ୍ୟେକ ମୁହୂର୍ତ୍ତ ତଥା ବ୍ୟକ୍ତିବିଶେଷଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାନ୍ତୁ ।