ଅହଂକାର ଅଜ୍ଞାନତାଠାରୁ ଅଧିକ ଭୟଙ୍କର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ଲକ୍‌ଡାଉନ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବାର ଉଦ୍ୟମ କରାଯାଉଛି। ସୋମବାର ରାହୁଲ ଗାନ୍ଧୀ ସରକାରଙ୍କ କରୋନା ଲଢ଼େଇ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଅହଂକାର ଅଜ୍ଞାନତାଠାରୁ ଅଧିକ ଭୟଙ୍କର। ପ୍ରଧାନମନ୍ତ୍ରୀ ମୋଦି ସରକାର କରୋନା ସହିତ କିଭଳି ଲଢ଼େଇ କରାଯିବ ତାହା ଜାଣି ନାହାଁନ୍ତି। ମାତ୍ର ସରକାରଙ୍କ ଅହଂକାର ଯୋଗୁ ଦେଶରେ ଗୋଟିଏ ପରେ ଗୋଟିଏ ଲକ୍‌ଡାଉନ ଜାରି ରହିଛି। ପ୍ରତି ଲକ୍‌ ଡାଉନ୍‌ ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ରାହୁଲ କହିଛନ୍ତି। କିନ୍ତୁ ସରକାର ନିଜର ଅଜ୍ଞାନତା ସ୍ବୀକାର କରୁ ନାହାଁନ୍ତି ବଂର ଭୁଲ୍‌ କରି ଚାଲିଥିବା ସେ କହିଛନ୍ତି। ମାର୍ଚ୍ଚ ୨୨ରେ ଦେଶରେ ଲକ୍‌ଡାଉନ ଘୋଷଣା କରାଯିବା ସମୟରେ ସଂକ୍ରମଣ ତାଲିକା ଦେଶ ମଧ୍ୟରେ ଭାରତ ତଳେ ଥିଲା। ମାତ୍ର କ୍ରମାଗତ ଏହା ଶୀର୍ଷ ମୁହଁା ହେବାରେ ଲାଗିଛି ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଶନିବାର ରାହୁଲ ଏଭଳି ଏକ ଟୁଇଟ କରି ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ।

Share