ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ କଲେ ଜିଲାପାଳ

ଜୁନାଗଡ,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବୁଡିପଦର ଓ ତଳମଲାଠାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ବୁଧବାର ଅପରାହ୍ନରେ ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ପରିଦର୍ଶନ କରିଥିଲେ। ସେଠାରେ ରହୁଥିବା ଶ୍ରମିକଙ୍କ ସେ ସ୍ଥିତି ବୁଝିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ। ଶିବିରର ଉନ୍ନୟନ କାର୍ଯ୍ୟପନ୍ଥା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲାପାଳଙ୍କ ସହ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ କୁମାର ମହାପାତ୍ର, ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡି, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, ବିଏସଏସଓ୍‌ ତୁଷାରରଞ୍ଜନ ସାହୁ, ମାଟିଗଁ। ପଞ୍ଚାୟତ ନୋଡାଲ ଅଧିକାରୀ ପ୍ରଶାନ୍ତ ନାଏକ, ତଳମଲା ପଞ୍ଚାୟତ ନୋଡାଲ ଅଧିକାରୀ ଗୁପ୍ତ ନାଏକଙ୍କ ସମେତ ସ୍ଥାନୀୟ ସରପଞ୍ଚମାନେ ଉପସ୍ତିତ ଥିଲେ। ବର୍ତ୍ତମାନ ବୁଡିପଦର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୯ ଓ ତଳମଲାରେ ୨୪ ଶ୍ରମିକ ରହିଛନ୍ତି।