Categories: କନ୍ଧମାଳ

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲିଲେ ଏସ୍‌ଡିପିଓ

ଦାରିଙ୍ଗବାଡ଼ି/କ.ନୂଆଗାଁ,୧୧।୫(ଡି.ଏନ.ଏ)- ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ ସୋମବାର କ.ନୂଆଗାଁ ବ୍ଲକର ସାଇନପଡ଼ା ସମେତ କୁଡ଼ୁତୁଲି ଏବଂ ତୁମୁଡ଼ିବନ୍ଧ ବ୍ଲକର ସିର୍ଲା ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଏହି ସବୁ ଅଞ୍ଚଳରେ କୋଭିଡ-୧୯ ପାଇଁ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟର ବୁଲି ଦେଖିବା ସହ ସାଇନପଡ଼ାଠାରେ କରାଯାଇଥିବା ଅସ୍ଥାୟୀ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ। ପରେ କ.ନୂଆଗାଁର କୁଡ଼ୁତୁଲି ଗ୍ରାମରେ ପହଞ୍ଚି ଅସହାୟ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଆବଶ୍ୟକୀୟ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓଙ୍କ ସହ କ.ନୂଆଗାଁ ଆଇଆଇସି ଶ୍ରୀନିବାର ସାମଲ, ସବ୍‌ଇନ୍ସପେକ୍ଟର ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।