ଅସ୍ତ୍ରୋପଚାର ବେଳେ ନବଜାତ ଶିଶୁପୁତ୍ର ମୁଣ୍ଡରେ କ୍ଷତ

ଖୋର୍ଦ୍ଧା ଅଫିସ,୧୦।୭: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ତରତୁଆର ଜଣେ ପ୍ରସୂତି ମହିଳାଙ୍କର ଅସ୍ତ୍ରୋପଚାର ବେଳେ ନବଜାତ ଶିଶୁପୁତ୍ର ମୁଣ୍ଡରେ କ୍ଷତ ହୋଇଥିଲା। ତେବେ କ୍ଷତକୁ ଲୁକ୍କାୟତ ଭାବେ ଷ୍ଟିଚ କରି ଅସ୍ତ୍ରୋପଚାରରେ ନିୟୋଜିତ ଡାକ୍ତର ଓ କର୍ମଚାରୀ ଗୁରୁତର ଦର୍ଶାଇ ରେଫର କରିଥିଲେ। ଏହି ଘଟଣାକୁ ନେଇ ନବଜାତ ଶିଶୁଙ୍କ ପରିବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତର, ଅଭିଯୋଗ ପରେ ତଦନ୍ତ ନ କରି ବ୍ୟବହାର ଖରାପ ଦେଖାଇଥିବା ଏଡିଏମ୍‌ଓ(ମେଡିକାଲ)ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଶିଶୁର ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବାକୁ ମଙ୍ଗଳବାର ନବଜାତ ଶିଶୁଙ୍କ ପରିବାର ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ଙ୍କୁ ଅବଗତ କରାଯାଇଛି। ଅଭିଯୋଗ ପାଇବା ପରେ ସିଡିଏମ୍‌ଓ ବିଜୟ କୁମାର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଗଲା ଅନୁଧ୍ୟାନ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଶିଶୁର ଅବସ୍ଥା ଭଲ ଅଛି। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁର ଚିକିତ୍ସା ମାଗଣାରେ କରାଯିବ।
ତରତୁଆର ଆଜାଦ୍‌ ଖାନଙ୍କ ଅଭିଯୋଗ ଅନୁସାରେ, ୩ ତାରିଖରେ ପତ୍ନୀ ଅରାଫତ୍‌ ନିଶାଙ୍କର ଅସ୍ତ୍ରୋପଚାର କରାଯାଇ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ଗୁରୁତର କହି ଭୁବନେଶ୍ୱର ଏମ୍‌ସକୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ନବଜାତ ଶିଶୁପୁତ୍ରକୁ ରେଫର କରିଥିଲେ। ଏମ୍‌ସରେ ଚିକିତ୍ସିତ ହେବା ପରେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲର ଶିଶୁ ବିଭାଗରେ ନବଜାତ ଶିଶୁପୁତ୍ରଙ୍କୁ ଭର୍ତ୍ତି କରାଯାଇଥିଲା। ମୁଣ୍ଡରେ କ୍ଷତ ଯୋଗୁ ନବଜାତ ଶିଶୁପୁତ୍ର ଗୁରୁତର ରହିଥିବା ଡାକ୍ତର କହିଥିଲେ। ଏପରିକି କ୍ଷତ ସ୍ଥାନରୁ ବାଳ କଟା ନ ଯାଇ ୨ଟି ଷ୍ଟିଚ୍‌ ପକାଯିବା ଶିଶୁ ଅସୁସ୍ଥତାର କାରଣ ବୋଲି ଜଣାପଡିଥିଲା। ତେବେ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣି ନ ଥିବାରୁ ଚିକିତ୍ସାରେ ସମସ୍ୟା ଦେଖା ଦେଇଥିଲା। ପରୀକ୍ଷଣ ପରେ ମୁଣ୍ଡର କ୍ଷତ ନଜରକୁ ଆସିଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର କରୁଥିବା ଡାକ୍ତର ଓ କର୍ମଚାରୀ ମୁଣ୍ଡର କ୍ଷତ ସମ୍ପର୍କରେ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇ ନ ଥିଲେ। ସେମାନେ ତରବରିଆ ଭାବେ ଷ୍ଟିଚ କରି ରେଫର କରିଦେବା ପରେ ନବଜାତ ଶିଶୁପୁତ୍ରର ସ୍ବାସ୍ଥ୍ୟ ବିଗିଡି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri