ଅସ୍ତ୍ରଶସ୍ତ୍ର ଜବତ:ଶିକାରୀ ଫେରାର

କପ୍ତିପଦା,୧୩ା୪(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଝିଲ୍ଲିରୀବଣୀ ଅଞ୍ଚଳରୁ ପୋଲିସ ଶିକାର ପାଇଁ ବ୍ୟବହୃତ କେତେକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଲକ୍ଷ୍ମଣ ଟୁଡୁଙ୍କ ଘରେ ଏହି ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ଖବରପାଇ ଉଭୟ ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା। ଚଢାଉ ବେଳେ ଏକ ଦେଶୀ ବନ୍ଧୁକ, ୫ଟି ହରିଣ ସିଂଘ, ୩ଟି ଧନୁ, ୧୧ଟି ଶର, ୩ଟି ଠୁସା ରଡ୍‌ ଓ କିଛି ବିସ୍ଫୋରକ ଜବତ ହୋଇଛି ା ପୋଲିସକୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ପୋଲିସ କହିଛି। ଏ ସଂକ୍ରାନ୍ତରେ କପ୍ତିପଦା ଥାନା ପୋଲିସ ଏକ ମାମଲା(ନଂ.୧୦୬/୨୦) ରୁଜୁ କରି ତଦନ୍ତ ଜାରି ରଖିଛି।  ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ କେତେକ ଶିକାରୀ ଜଙ୍ଗଲରୁ ଅଖଣ୍ଡ ଶିକାର ପାଇଁ ସଜବାଜ ହେଉଥିବାରୁ ପୋଲିସ ଓ ବନ ବିଭାଗ ସେମାନଙ୍କ ଉପରେ କଡ଼ା ନଜର ରଖି ବିଭିନ୍ନସ୍ଥାନରେ ଚଢାଉ ଜାରି ରଖିଛି।