ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଉପ-ଉଚ୍ଚାୟୁକ୍ତଙ୍କୁ ରିପୋର୍ଟ ତଲବ କଲା ପାକିସ୍ତାନ

ଇସଲାମାବାଦ୍‌,୩୦।୯: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ମିଛୁଆ ପାକିସ୍ତାନ ଭାରତ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି। ଏନେଇ ଭାରତୀୟ ଉପ-ଉଚ୍ଚାୟୁକ୍ତ ଗୌରବ ଅହଲୁଓ୍ବାଲିଆଙ୍କୁ ରିପୋର୍ଟ ତଲବ କରିଛି ପାକିସ୍ତାନ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଗାଁ ସମେତ ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକ ଉପରେ ମୋର୍ଟାର ଶେଲିଂ ମାଡ଼ ଜାରି ରଖିଛି। ଭାରତୀୟ ସେନା ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଉଛି।

Share