ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ

ମୁମ୍ବାଇ,୨୬।୧: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ ସାଙ୍ଗମାନଙ୍କ ସହ କଥା ହେଉଥିବା ସମୟରେ ହଠାତ୍‌ ପଡିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଣାପଡିଥିଲା କି ତାଙ୍କ ମସ୍ତିଷ୍କରେ ବ୍ଲଡ କ୍ଲଟ ହୋଇଛି ଓ ଏବେ ସେ ଗୁରୁତର ଅଛନ୍ତି। ଏବେ ହସ୍ପିଟାଲରେ ତାଙ୍କ ପରିବାର ବର୍ଗ ତାଙ୍କ ସହ ଥିବା କୁହାଯାଉଛି। ବଲିଉଡ୍‌ ଦୁନିଆରେ ୨୦୧୯ରେ ଫିଲ୍ମ ‘ମିଶନ ମଙ୍ଗଲ’ ଜରିଆରେ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଥିଲେ। ଆଉ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲା। ଏହା ପୂର୍ବରୁ ସେ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଚିନି କମ୍‌’ ରେ ସହ ନିର୍ଦ୍ଦେଶକଭାବେ କାମ କରିଥିଲେ। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ସେ ହସ୍ପିଟାଲରେ ଥିବା ବେଳେ ଏବେବି ବିପଦମୁକ୍ତ ନୁହେଁ ବୋଲି ଡାକ୍ତର କହିଛନ୍ତି।

Share