ଅସୁସ୍ଥ ଧନେଶ୍ୱରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ସ୍ବେଚ୍ଛାସେବୀ

ଲୋଇସିଂହା,୧୬।୬(ଡି.ଏନ.ଏ.)
ବଲାଙ୍ଗୀର ଜିଲା ବୁଢୀପଦର ଗାଁର ବୃଦ୍ଧ ଧନେଶ୍ୱର ବୁଡେକଙ୍କ ବାମଗୋଡ ଘା ହୋଇ ସଂକ୍ରମିତ ହୋଇଯାଇଥିଲା। ଅର୍ଥାଭାବାରୁ ସେ ଚିକିତ୍ସିତ ହୋଇ ନ ପାରି ଘରେ ପଡି ରହିଥିଲେ। ଖବର ପାଇ ଲୋଇସିଂହା ମାହେଶ୍ୱରୀ ସଂଗଠନର ସଦସ୍ୟମାନେ ତାଙ୍କୁ ସୋମବାର ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ଘା ଭଲହେବା ପାଇଁ ଏକ ମାସ ଲାଗିବ ବୋଲି ଡାକ୍ତର କହିଥିବା ସଂଗଠନର ସ୍ଥାନୀୟ ସଭାପତି ଦେବାଶିଷ ବିଷୋୟୀ କହିଛନ୍ତି। ସ୍ତ୍ରୀ ଓ ୩ ଝିଅଙ୍କୁ ନେଇ ବୁଢୀପଦର ଗାଁର ଧନେଶ୍ୱର ବୁଡେକଙ୍କ ସଂସାର ା କୁଲିମଜୁରି କରି ପରିବାର ଚଳାଉଥିଲେ। ୩ ମାସ ତଳେ ଧନେଶ୍ୱର ଗାଁ ପୋଖରୀ ହୁଡାରେ ବସିଥିଲେ ା ଏତିକିବେଳେ ତାଙ୍କ ବାମଗୋଡ ଉପରେ କୌଣସି ବିଷାକ୍ତ କୀଟ ଚାଲିଯାଇଥିଲା ା ତାର ପ୍ରଭାବରେ ଗୋଡ କୁଣ୍ଡାଇ ହେବା ସହ ଫୁଲି ଯାଇଥିଲା ା ପରବର୍ତ୍ତୀ ସମୟରେ ଗୋଡରେ ଘା ହୋଇଯାଇଥିଲା ା ଅର୍ଥାଭାବରୁ ଚିକିତ୍ସା କରି ନ ପାରି ସେ ଯନ୍ତ୍ରଣା ପାଉଥିଲେ ା ସୂଚନା ପାଇ ସଂଗଠନ ସଭାପତି ବିଷୋୟୀ, ବିଶ୍ୱନାଥ ନନ୍ଦ, ମନୋଜ ମାହାଣା ପ୍ରମୁଖ ତାଙ୍କ ଘରକୁ ଯାଇ ୧୦୮ ଆମ୍ବାଲାନ୍ସରେ ଧନେଶ୍ୱରଙ୍କୁ ବଲାଙ୍ଗୀର ମେଡିକାଲକୁ ନେଇଥିଲେ ା