ଅସୁସ୍ଥତା ଯୋଗୁ ପାଞ୍ଚ କେଜି କମିଲା ବିଗ୍‌ ବିଙ୍କ ଓଜନ, ଚିନ୍ତାବ୍ୟକ୍ତ କଲେ ପ୍ରଶଂସକ

ମୁମ୍ବାଇ: ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଫଳରେ ତାଙ୍କୁ ନାନାବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ଏବେ ସେ ସୁସ୍ଥ ହୋଇ କେବିସିର ଶୁଟିଂକୁ ଫେରିଛନ୍ତି। ହେଲେ ଅସୁସ୍ଥତା ଯୋଗୁ ତାଙ୍କର ଓଜନ ପାଞ୍ଚ କିଲୋ କମିଯାଇଛି। ଟୁଇଟରରେ ନିଜର ପ୍ରଶଂସକମାନଙ୍କୁ ବିଗ୍‌ ବି ନିଜେ ଏହା କହିଛନ୍ତି।

ମହାନାୟକଙ୍କ ଅସୁସ୍ଥତା ବିଶ୍ୱର କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଦେଇଥିଲା। ସେମାନେ ଅମିତାଭଙ୍କ ଶୀଘ୍ର ଆରୋଗ୍ୟକୁ ନେଇ ପ୍ରାର୍ଥନା କରିବା ଆରମ୍ଭ କରିଦେଇଥିଲେ। ସବୁ ରବିବାର ବିଗ୍‌ ବିଙ୍କୁ ଦେଖା କରିବାକୁ ଆସୁଥିବା ଫ୍ୟାନ୍‌ମାନେ ମଧ୍ୟ ନିରାଶ ହୋଇଥିଲେ। ଏବେ ସୁସ୍ଥ ହୋଇ ସେ ଫେରିବା ପରେ ପ୍ରଶଂସକମାନେ ଆଶ୍ୱସ୍ତ ହୋଇଥିଲେ ହେଁ ଓଜନ କମିବାକୁ ନେଇ ଚିନ୍ତାବ୍ୟକ୍ତ କରୁଛନ୍ତି। ହେଲେ ବିଗ୍‌ ବି ଓଜନ କମିବା ବହୁତ ଭଲ ଖବର ବୋଲି କହିଛନ୍ତି।

Share