Categories: ଜାତୀୟ

ଅସୁସ୍ଥତା ପାଇଁ ଲକ୍ଷ୍ନୌ ଗଲେ ଚିନ୍ମୟାନନ୍ଦ

ଶାହାଜହାନପୁର,୨୩।୯: ଯୌନ ନିର୍ଯ୍ୟାତନା ମାମଲାରେ ଜେଲ୍‌ରେ ଥିବା ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ଲକ୍ଷ୍ନୌ ପଠାଯାଇଥିବା ଜଣାପଡିଛି। ସେଠାରେ ଥିବା କିଙ୍ଗ ଜର୍ଜ ମେଡିକାଲ କଲେଜରେ ତାଙ୍କୁ ଭର୍ତ୍ତି କରାଯାଇଛି। ତେବେ ସେ ଡାଇରିଆରେ ପୀଡିତ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ୭୩ ବର୍ଷୀୟ ଚିନ୍ମୟାନନ୍ଦ ଜଣେ ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ସେ ତାଙ୍କ ଦୋଷ ମଧ୍ୟ ସ୍ବୀକାର କରିଥିଲେ।

Share