ଅସହାୟ ୨ ଶିଶୁଙ୍କୁ ଉଦ୍ଧାର କଲା ପ୍ରଶାସନମୁକ୍ତ ଆଶ୍ରୟ ସ୍ଥଳରେ ଥଇଥାନ

ନୂଆପଡା ଅଫିସ,୩୧ା୭- ନୂଆପଡା ଜିଲା ସିନାପାଲି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ସଦର ଗାଁର ମା’ବାପାଙ୍କ ମୃତ୍ୟୁ ପରେ ଅସହାୟ ଭାବେ ଜୀବନ କାଟୁଥିବା ୨ ଶିଶୁଙ୍କୁ ଜିଲା ପ୍ରଶାସନ ଉଦ୍ଧାର କରି ମୁକ୍ତ ଆଶ୍ରମ ସ୍ଥଳରେ ଥଇଥାନ କରିଛି । ଜିଲାପାଳଙ୍କ ମଧୁସ୍ମିତା ସାହୁଙ୍କୁ ନିର୍ଦ୍ଦେଶକ୍ରମେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଉଦ୍ଧାର କରିଛି। ଆଜକୁ ୨ ବର୍ଷ ତଳେ ବାପା ବଳରାମ ଜ୍ୱରରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଥିଲେ । ସେହି ଦିନଠାରୁ ୨ ଶିଶୁ ଏବଂ ରୋଗୀଣା ମା’ଙ୍କୁ ସ୍ଥାନୀୟ ସରପଞ୍ଚ ନିଜର ତତ୍ୱାବଧାନରେ ଆଶ୍ରୟ ଦେଇଥିଲେ । ହେଲେ ଆଜିକୁ ମାସକ ତଳେ ମା’ ଯଶୋବନ୍ତୀ ଅଜଣା ରୋଗରେ ମୃତ୍ୟୁବରଣ କରିଥିଲେ। ସେହି ଦିନଠାରୁ ଶିଶୁ ୨ ଜଣ କାନ୍ଦି କାନ୍ଦି ଦିନ କାଟୁଛନ୍ତି । ଶେଷରେ ଶିଶୁଙ୍କ ବଡବାପା ସିନାପାଲିଠାରେ ଚାଲିଥିବା ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ଜଣାଇଥିଲେ । ଜିଲାପାଳ ତୁରନ୍ତ ହସ୍ତକ୍ଷେପ କରି ଦୁହିଁଙ୍କୁ ଉଦ୍ଧାର କରି ଥଇଥାନ କରିବାକୁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ । ଅଧିକାରୀ ବଳଦେବ ରଥ ନିଜ ସହ ଯୋଗୀଙ୍କ ସହ ନୂଆପଡାକୁ ଯାଇ ଶିଶୁ ଦୁହିଁଙ୍କୁ ଉଦ୍ଧାର କରି ଜିଲା ଶିଶୁ କଲ୍ୟାଣ ସମିତିରେ ହାଜର କରିଥିଲେ । ପରେ ଖଡିଆଳସ୍ଥିତ ମୁକ୍ତ ଆଶ୍ରୟ ସ୍ଥଳରେ ରଖାଯାଇଛି। ଉଦ୍ଧାର ଟିମରେ ଅନ୍ୟମାନଙ୍କ ମଧ୍ୟରେ ପୋନିକ ରବୀନ୍ଦ୍ର କୁମାର ମହାଲିକ, ଶ୍ରୀନିବାସ ବେହେରା, ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ବୋଡିିକିଆ ପ୍ରମୁଖ ସାମିଲ ଥିଲେ । ବର୍ତ୍ତମାନ ଶିଶୁ ୨ ଜଣ ସୁସ୍ଥ ଏବଂ ସୁରକ୍ଷିତ ଅବସ୍ଥାରେ ରହିଥିବା ଜଣାପଡିଛି।