ଅସହାୟ ବ୍ୟକ୍ତି, ବୁଲା ଗୋରୁଙ୍କୁ ଆହାର ଯୋଗାଇଲେ

ଉଦଳା,୩୦ା୩(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଫଳରେ ଅସହାୟ ବ୍ୟକ୍ତି, ବୁଲା କୁକୁର ଓ ଗୋରୁ ଖାଇବାକୁ ନ ପାଇ ଭୋକିଲା ରହୁଛନ୍ତି। ସେମାନଙ୍କ ମୁଁହରେ ମୁଠାଏ ଦାନା ଦେବା ପାଇଁ ସ୍ଥାନୀୟ ଅଠଣ ଗଁା ଗ୍ରାମର ମଧୁସୂଦନ ବେହେରାଙ୍କ ପରିବାର ସଦସ୍ୟ ଦେଖାଇଛନ୍ତି ମାନବିକତା ା ରବିବାର ଉକ୍ତ ପରିବାର ସଦସ୍ୟ ବିଭିନ୍ନ ସାମଗ୍ରୀ ଏକ ଟ୍ରାକ୍ଟରରେ ଲଦି ପହଞ୍ଚତ୍ଥିଲେ ଉଦଳା ବଜାରରେ ା ସେଠାରେ ବୁଲୁଥିବା ଗୋରୁ, କୁକୁରଙ୍କ ନିମନ୍ତେ ଭାତ, ପେଜ, ପାଣି, କୁଣ୍ଡା, ବନ୍ଧାକୋବି, ଘାସ, ଦାନା ଏବଂ ଅସହାୟଙ୍କ ନିମନ୍ତେ ଭାତ, ତରକାରୀ ଆଣିଥିଲେ। ପରେ ସ୍ଥାନୀୟ ବସଷ୍ଟାଣ୍ଡ, ଚକାଡୋଳା ବଜାର, ଫଳ ମାର୍କେଟ ନିକଟରେ ଥିବା ବୁଲା ଗୋରୁ ଏବଂ କୁକୁରଙ୍କୁ ଖାଦ୍ୟ ଦେଇଥିଲେ ା ଏହା ସହିତ ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ଥିବା ଅସହାୟମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ ା ସମସ୍ତଙ୍କ ମନରେ ଥିଲା ସେବା କରିବାର ଆଗ୍ରହ ା କେବଳ ମଧୁସୂଦନ ବେହେରା ନୁହଁନ୍ତି ତାଙ୍କ ସ୍ତ୍ରୀ, ପୁଅ, ବୋହୂଙ୍କ ସମେତ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଏଥିରେ ସାମିଲ ହୋଇଥିଲେ ା ଏନେଇ ମଧୁସୂଦନଙ୍କୁ ପଚାରିବାରୁ ପଶୁପକ୍ଷୀ କଥା କହି ପାରୁ ନ ଥିବାରୁ ସେମାନଙ୍କ ଭୋକ କଥା କେହି ଜାଣିପାରୁ ନାହାନ୍ତି। ତେଣୁ ସେମାନଙ୍କ ପେଟକୁ ଦାନା ଯୋଗାଇ ଦେଇ ନିଜେ ଆମତ୍ସନ୍ତୋଷ ପାଇଥିବା ସେ କହିଛନ୍ତି ା ଏହା ସହିତ ପ୍ରଶାସନ ସହାୟତା କରିଲେ ଲକ୍‌ ଡାଉନ ଥିବା ପର୍ଯ୍ୟନ୍ତ ସେ ପ୍ରତ୍ୟେକ ଦିନ ଏପରି ଖାଦ୍ୟ ଯୋଗାଇ ଦେବେ ବୋଲି କହିଛନ୍ତି ା