ଅସହାୟ ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

 

ଖଜୁରିପଡା/ବଲସକୁମ୍ପା,୨୪ା୬(ଡି.ଏନ୍‌.ଏ.)- ଖଜୁରିପଡ଼ା ବ୍ଲକ ଟିଟ୍ରାପଙ୍ଗା ପଞ୍ଚାୟତ ଭୁକ୍ତାକନାଲି ଗ୍ରାମର ବୃଦ୍ଧ ଅନ୍ତର୍ଯ୍ୟାମୀ ଦିଗାଲ (୭୫) ଏବଂ ସ୍ତ୍ରୀ ରାଇବାରି (୭୦) ଭଙ୍ଗା କୁଡିଆରେ ଅସହାୟ ଅବସ୍ଥାରେ ରହୁଥିଲେ। ବୟସାଧିକ୍ୟ ଯୋଗୁ ଆଖିକୁ ଭଲ ଦିଶୁ ନ ଥିବାବେଳେ ଓଳିଏ ଖାଇଲେ ଆର ଓଳିକୁ ଉପାସ ରହୁଛନ୍ତି। ଏନେଇ ଗତ ୧୯ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଇଥିଲା। ଖଜୁରିପଡା ତହସିଲଦାର ସପ୍ନିତା ନାୟକ ଏବଂ ଆର୍‌ଆଇ ପୁରାନାଥ ମଲ୍ଲିକ ରବିବାର ଭୁକ୍ତାକନାଲିରେ ପହଞ୍ଚତ୍ ବୃଦ୍ଧ ଦମ୍ପତିଙ୍କୁ ଭେଟିଛନ୍ତି। ତହସିଲଦାର ଜରିପାଲ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ବ୍ଲକ ଓ ଜିଲା ପ୍ରଶାସନ ସହ ଆଲୋଚନା କରି ସମସ୍ତ ସରକାରୀ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।