Posted inଭଦ୍ରକ

ଅସହାୟଙ୍କ ସାହା ଜଳଧର

ବନ୍ତ, ୨୨।୮ (ଡି.ଏନ.ଏ.)- ଅନେକ ଦୁଃଖ ଯନ୍ତ୍ରଣା ଅଙ୍ଗେ ନିଭାଇ ଥିବାରୁ ସେ ଅନ୍ୟର କଷ୍ଟ ସହି ପାରନ୍ତି ନାହିଁ । କେହି ରୋଗ ଯନ୍ତ୍ରଣାରେ ପଡିଥିଲେ, ସେ ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନା ନେଇ ଚକିତ୍ସା କରିବାକୁ ଡେରି କରନ୍ତି ନାହିଁ ା ଖରାବର୍ଷା ହେଉ କି ରାତି ଅଧ କାହାକୁ ସେ ଖାତିର କରନ୍ତି ନାହିଁ ବୋଲି ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବେଗନା ଗ୍ରାମର ଜଳଧର ନାୟକ କହିଛନ୍ତି।
ତାଙ୍କର ଏଭଳି ସେବାମୂଳକ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଥାନ୍ତି। କେହି କେହି ତାଙ୍କୁ ଦେବଦୂତ ବୋଲି କହିଥାନ୍ତି। ଜଳଧରଙ୍କ ବୟସ ଏବେ ୪୮ ବର୍ଷ। ସେ ୭ ବର୍ଷର ହୋଇଥିବା ବେଳେ ବାପାଙ୍କୁ ହରାଇଥିଲେ। ଦୁଇ ଭାଇ ଓ ଦୁଇ ଭଉଣୀକୁ ତାଙ୍କ ମା’ ବହୁ କଷ୍ଟରେ ଲାଳନପାଳନ କରିଥିଲେ। ପିଲାଦିନୁ ସଂଘର୍ଷ କରି ବଞ୍ଚିବା ଶିଖିଥିଲେ ଜଳଧର। ପରବର୍ତ୍ତୀ ଅବସ୍ଥାରେ ଦୁଇ ଭଉଣୀ ଓ ସାନଭାଇ ବିଭା ହୋଇଥିଲେ ା ବର୍ତ୍ତମାନ ବୃଦ୍ଧା ମା’ଙ୍କ ସମେତ ୬ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ସଂସାରା ଘରଡିହକୁ ଛାଡି ମାତ୍ର ୨୦ ଗୁଣ୍ଠ ଜମି ରହିଛି। ଦୁଇ ପୁଅ ବଡ ହେବା ପରେ ବାହାରେ ରୋଜଗାର କରି ଯାହା ଦେଉଛନ୍ତି ସେଥିରେ ପରିବାର ଚଳୁଛି। ସବୁବେଳେ ପରିବାର ଚିନ୍ତା ଥିଲେ ମଧ୍ୟ ଜଳଧର ଅସହାୟ ବ୍ୟକ୍ତିଙ୍କ ପାଇଁ ଅକାତରରେ ସହାୟତାର ହାତ ବଢାଇ ଆସିଛନ୍ତି। କେହି ରୋଗରେ ପଡି ଚିକତ୍ସା କାର୍ଯ୍ୟ ଲାଗି ସହାୟତା ମାଗିଲେ ସେ ଆଗକୁ ଆସି ରୋଗୀଙ୍କୁ ଡାକ୍ତରଖାନା ନେଇ ସେବା ଯୋଗାଇ ଥାନ୍ତି। କାହାରିଠାରୁ କିଛି ପାରିଶ୍ରମିକ ନିଅନ୍ତି ନାହିଁ ା ଦୀର୍ଘ ୨୦ ବର୍ଷ ଧରି ସେ ଏଭଳି ସେବା କାର୍ଯ୍ୟ କରି ନିଳୋକ ଅଞ୍ଚଳ ସମେତ ପଧାନପଡା, କେନ୍ଦୁଆପଦା, ରାମପୁର ଗୋବିନ୍ଦପୁର ଆଦି ପଞ୍ଚାୟତର ବହୁ ଅସହାୟ ରୋଗୀଙ୍କୁ ସାହାଯ୍ୟ କରି ଜୀବନରକ୍ଷା କରିଛନ୍ତି ା ବିଶେଷ କରି ଡାକ୍ତରଖାନା ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଅବଗତ ନ ଥିବା ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟମାନେ ଆସି ତାଙ୍କ ସହାୟତା ଲୋଡିଥାନ୍ତି । ଜଳଧର କହନ୍ତି, ପରିବାରର ଦୁଃସ୍ଥିତି ଯୋଗୁ ୩ୟ ଶ୍ରେଣୀରୁ ତାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଗଲ। ସେଥିଲାଗି ସେ ନିଜ ପିଲାଙ୍କୁ ପାଠ ପଢାଇ ମଣିଷ କରିଛନ୍ତି। ଅସହାୟ ମଣିଷଙ୍କୁ ସହାୟତା ପ୍ରଦାନ କରିବା କାର୍ଯ୍ୟକୁ ସେ ଜୀବନର ବ୍ରତ ଭାବେ ଗ୍ରହଣ କରି କାର୍ଯ୍ୟ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri