ଅସହାୟଙ୍କୁ ସହାୟ ହେଲେ ସାମାଜିକ କର୍ମୀ: ଠିକଣା ଖୋଜିଲେ, ପରିବାର ସହ ଭେଟକଲେ

ଅନୁଗୋଳ ଅଫିସ, ୧୬।୧୨: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପୋଡ଼ି ଯାଇ ୬ ମାସ ହେଲା ଅସହାୟ ଅବସ୍ଥାରେ ମେଡିକାଲରେ ପଡିରହିଥିବା ଜଣେ ଅସହାୟଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଅନୁଗୋଳର ସାମାଜିକକର୍ମୀ ପ୍ରତାପ ମହାପାତ୍ର। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବାଠାରୁ ଆରମ୍ଭ କରି ସୁସ୍ଥ ହେବା ପର୍ଯ୍ୟନ୍ତ ସାହଯ୍ୟ ସହଯୋଗ ଏବଂ ପରେ ତାଙ୍କ ପରିବାର ସହ ଭେଟ କରାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଂଶସାର ସୁଅ ଛୁଟିଛି।
ଘଟଣା ମୁତାବକ, ତାଳଚେର ବସ୍‌ଷ୍ଟାଣ୍ଡ ସ୍ଥିତ ଏକ କବାଡ଼ିଆ ଦୋକାନରେ ଝାଡଖଣ୍ଡ ରାଜ୍ୟ ରାଞ୍ଚି ଅନ୍ତର୍ଗତ ରାମଗଡ ଅଞ୍ଚଳର ରାଜୁ ରାଜଓ୍ବାନ ଦୀର୍ଘ ଦିନ ହେଲା କାମ କରୁଥିଲେ। ପ୍ରାୟ ୬ ମାସ ପୂର୍ବେ ତାଳଚେର ଦେଇ ଯାଇଥିବା ରେଳଲାଇନ ନିକଟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇଥିଲେ। ତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡି ଯାଇଥିଲା। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ସାମାଜିକ କର୍ମୀ ପ୍ରତାପ ତାଙ୍କ ସହାୟତା କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ରାଜୁଙ୍କୁ କଟକ ସ୍ଥାନାନ୍ତର କରିଥିଲେ। ପରେ ସେ ଧୀରେ ଧୀରେ ସୁସ୍ଥ ହୋଇଥିଲେ ହେଁ ନିଜ ଘର ଠିକଣା କିମ୍ବା ପରିବାର ଲୋକଙ୍କୁ ଭୁଲିଯାଇଥିଲେ। ନିକଟରେ କେହି ନ ଥିବାରୁ ସାମାଜିକ କର୍ମୀ ପ୍ରତାପଙ୍କ ଅନୁରୋଧ କ୍ରମେ ରାଜୁଙ୍କୁ ଅନୁଗୋଳ ଡାକ୍ତରଖାନାରେ ରଖାଯାଇଥିଲା। ତେବେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ରାଜୁ ଘର ଠିକଣା ମନେ ପକାଇଥିଲେ। ପରେ ପ୍ରତାପ ଓ ଅନ୍ୟଜଣେ ସାମାଜିକ କର୍ମୀ ମହେଶ ଭୋମରାଜ ରାଜୁଙ୍କୁ ନେଇ ରାଞ୍ଚି ଅଭିମୁଖେ ବାହାରିଥିଲେ। ସେଠାରେ ରାଜୁଙ୍କ ଭିଣୋଇ ତାଙ୍କୁ ଚିହ୍ନିବା ସହ ତାଙ୍କ ଜିମା ନେଇଥିଲେ। ଏହାକୁ ନେଇ ରାଜୁଙ୍କ ପରିବାର ସମେତ ସ୍ଥାନୀୟ ଲୋକେ ସାମାଜିକ କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri