ଅସହାୟଙ୍କୁ ନିଜ ଖାଦ୍ୟ ଦେଲେ କନେଷ୍ଟବଳ

ବାଲିଗୁଡା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ ପରେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଘରେ ରହିଥିବାବେଳେ ପୋଲିସ କର୍ମଚାରୀ ସେମାନଙ୍କ କାର୍ଯ୍ୟ ଜାରି ରଖି କୋଭିଡ୍‌ ଯୋଦ୍ଧା ପାଲଟିଛନ୍ତି। କର୍ତ୍ତବ୍ୟରତ କନେଷ୍ଟବଳ ଏପରି ସମୟରେ ଜଣେ ଭୋକିଲାଙ୍କୁ ନିଜର ଖାଦ୍ୟ ଦେଇ ମହାନତାର ପରିଚୟ ଦେଇଛନ୍ତି। ସେ ହେଲେ ବାଲିଗୁଡା ନୂଆସାହି ବାସିନ୍ଦା କନେଷ୍ଟବଳ ବିଘ୍ନରାଜ ପ୍ରଧାନ। ତୁମୁଡିବନ୍ଧ ଥାନା ରାମପୁର ଛକରେ ଡ୍ୟୁଟି କରୁଥିବାବଳେ ଜଣେ ରାଜ୍ୟ ବାହାରର ବ୍ୟକ୍ତି ଆସି ପହଁଞ୍ଚତ୍ଥିଲେ। ଲୋକଟି ଭୋକିଲା ଥିବାରୁ ବିଘ୍ନରାଜ ଆଣିଥିବା ଖାଦ୍ୟ ତାଙ୍କୁ ଖାଇବାକୁ ଦେଇଥିଲେ। ଏପରି କାମ ପାଇଁ ଏସ୍‌ପି ପ୍ରତୀକ ସିଂ ସୋସିଆଲ ମିଡିଆରେ ବିଘ୍ନରାଜଙ୍କୁ ପ୍ରଶଂସା କରିଛନ୍ତି।