ଅସହାୟଙ୍କୁ ଆଇନ ସେବା ସୁନିଶ୍ଚିତ ଲକ୍ଷ୍ୟ

ଭାରତରେ ସବୁ ନାଗରିକଙ୍କୁ ଯେପରି ଭାବେ ନିରପେକ୍ଷ ଆଇନ ସେବା ମିଳିପାରିବ ତାକୁ ସୁନିଶ୍ଚିତ କରିବା ସହ ଏହା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୯କୁ ‘ ଜାତୀୟ ଆଇନ ସେବା ଦିବସ’ ଭାବେ ପାଳନ କରାଯାଉଛି। ଗରିବ ତଥା ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଆଇନଗତ ସହାୟତା ଓ ସମର୍ଥନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ୧୯୯୫ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଆଇନ ସେବା ପ୍ରାଧିକରଣ ଅଧିନିୟମ,୧୯୮୭ ଅନୁସାରେ ଜାତୀୟ ଆଇନ ସେବା ପ୍ରାଧିକରଣ ଗଠନ କରାଯାଇଛି। ସମାଜର ଦୁର୍ବଳ ଓ ଅସହାୟ ଶ୍ରେଣୀର ଲୋକମାନଙ୍କୁ ନିଃଶୁଳ୍କ ଆଇନ ସେବା ପ୍ରଦାନ କରିବା ତଥା ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରିବା ପାଇଁ ଲୋକ ଅଦାଲତ ଆୟୋଜନ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭାରତର ପ୍ରଧାନ ବିଚାରପତି ଏହାର ମୁଖ୍ୟ ସଂରକ୍ଷକ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱିତୀୟ ବରିଷ୍ଠ ନ୍ୟାୟାଧୀଶ ଏହି ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଟନ୍ତି। ସମ୍ବିଧାନର ଧାରା ୩୯-କ ଆଧାରରେ ସମାଜରେ ଆଇନଗତ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ବିନା ଦେୟରେ ଆଇନ ସହାୟତା ପ୍ରଦାନ କରାଯିବାର ପ୍ରାବଧାନ ରଖାଯାଇଛି। ସେହିପରି ଧାରା ୧୪ ଓ ୨୨(କ)ରେ ଆଇନର ସମାନତା ସୁନିଶ୍ଚିତ କରିବା ପାଇଁ ରାଜ୍ୟଗୁଡ଼ିକୁ ଏହା ବାଧ୍ୟ କରିଥାଏ। ଜାତୀୟ ଆଇନ ସେବା ପ୍ରାଧିକରଣ ଦେଶରେ ଆଇନ ସହାୟତା କାର୍ଯ୍ୟକ୍ରମ ଓ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ(ଏସ୍‌ଏଲ୍‌ଏସ୍‌ଏ)କୁ ନିର୍ଦ୍ଦେଶ ଦେଇଥାନ୍ତି। ମୁଖ୍ୟତଃ ଏସ୍‌ଏଲ୍‌ଏସ୍‌ଏ, ଜିଲା ଆଇନ ସେବା ପ୍ରାଧିକରଣ, ତହସିଲସ୍ତରରେ ଆଇନ ସହାୟତା ସମିତିକୁ ନ୍ୟାୟିକ ଆଧାରରେ ଯୋଗ୍ୟ ଲୋକଙ୍କୁ ମାଗଣାରେ ଆଇନ ସହାୟତା ପ୍ରଦାନ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାବାଦ୍‌ ବିବାଦଗୁଡିକର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରିବା ଲାଗି ଏହିସବୁ ବ୍ୟବସ୍ଥା ଲୋକ ଅଦାଲତ ମାଧ୍ୟମରେ ସଞ୍ଚାଳନ କରିଥାନ୍ତି। ଜାତୀୟ ଆଇନ ସେବା ଦିବସରେ ଏହା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ସହ ନ୍ୟାୟ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ସଚେତନ କରାଯାଇଥାଏ। କୋର୍ଟରେ ମାମଲା ଲଢିବା ପାଇଁ ଓକିଲ ଉପଲବ୍ଧ କରାଇବା, କୋର୍ଟ ଫିସ୍‌ ଓ ଅନ୍ୟ ସବୁ ପ୍ରକାର ସୁବିଧା ଯୋଗାଇଦେବା, କୋର୍ଟ ଅର୍ଡର ଆଦିର ନକଲ ଲୋକମାନଙ୍କୁ ପ୍ରାପ୍ତ କରାଇବା ତଥା ମାମଲାରେ ନଥିପତ୍ରର ଅନୁବାଦ ଓ ତାହାକୁ ଛପାଇ ପେପର ବୁକ ପ୍ରସ୍ତୁତ କରିବା ଆଦି ଯୋଗାଇଦେବାରେ ଗୁରୁତ୍ୱ ଦିଆଯାଇଥାଏ। ମହିଳା ଓ ଶିଶୁ, ଅନୁସୂଚିତ ଜାତି ଓ ଜନଜାତିର ଲୋକ, ଓଦ୍ୟୋଗିକ ଶ୍ରମିକ, ପ୍ରାକୃତିକ ବିପର୍ଯ୍ୟୟ ତଥା ଓଦ୍ୟୋଗିକ ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତି, ଦିବ୍ୟାଙ୍ଗ, କରାଗାରରେ ରଖାଯାଇଥିବା ଗରିବ ଲୋକ, ଯେଉଁମାନଙ୍କ ବାର୍ଷିକ ଆୟ ୧ଲକ୍ଷରୁ କମ୍‌, ଦାଦନ କିମ୍ବା ମାନବ ଚାଲାଣର ଶିକାର ହୋଇଥିବା ଲୋକମାନେ ଆଇନ ସହାୟତା ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି। ଜାତୀୟ ସ୍ତରରୁ ଜିଲା ପର୍ଯ୍ୟନ୍ତ ଗଠନ କରାଯାଇଥିବା ଆଇନ ସେବା ପ୍ରାଧିକରଣ ତଥା ସର୍ବୋଚ୍ଚ ନ୍ୟାୟାଳୟ ଆଇନ ସେବା ପ୍ରାଧିକରଣ ଓ ଉଚ୍ଚ ନ୍ୟାୟାଳୟ ଆଇନ ସେବା ପ୍ରାଧିକରଣ ଲୋକମାନଙ୍କୁ ଆଇନ ସେବା ଯୋଗାଇଦେବା ପାଇଁ ଗଠନ କରାଯାଇଛି। ଆଜି ବି ଭାରତରେ ଅନେକେ ଖାଦ୍ୟ, ପାନୀୟ, ବାସସ୍ଥାନ, ଶିକ୍ଷା, ପୋଷାକ ଓ ଓଷଧ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଆଇନ ସେବା ସହାୟତା ସେହିମାନଙ୍କୁ ଏହିସବୁ ସର୍ବନିମ୍ନ ଆବଶ୍ୟକତା ପାଇବା ପାଇଁ ସକ୍ଷମ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri