ଅସରାଏ ବର୍ଷାରେ ଜଳମଗ୍ନ ରାଜଧାନୀ : ଇସ୍କନ ମନ୍ଦିର ସମ୍ମୁଖରେ ଭାସିଲା କାର

ଭୁବନେଶ୍ୱର, ୧।୭ (ବ୍ୟୁରୋ): ରବିବାର ସନ୍ଧ୍ୟାରେ ପ୍ରାୟ ୧ ଘଣ୍ଟାର ବର୍ଷା ଦେଶର ୧ ନମ୍ବର ସ୍ମାର୍ଟସିଟି ଭୁବନେଶ୍ୱରର ଅବସ୍ଥାକୁ କଦର୍ଯ୍ୟ କରିଦେଇଥିଲା। କେଉଁଠି ଅଣ୍ଟାଏ, କେଉଁଠି ଆଣ୍ଠୁଏ ପାଣି ଜମି ରହିଥିଲା। ଜାତୀୟ ରାଜପଥରେ ଥିବା ଫ୍ଲାଏଓଭରର ସ୍ଥାନେ ସ୍ଥାନେ ବର୍ଷା ପାଣି ଜମି ରହିବା ଯୋଗୁ ଯାତାୟାତରେ ସମସ୍ୟା ହେବା ସହ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷ କରି ଇସ୍କନ ମନ୍ଦିର ଓ ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ସମ୍ମୁଖ ଅଞ୍ଚଳ ସ୍ଥିତି ସଙ୍ଗିନ ଥିଲା। ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ୨୦ରୁ ଊର୍ଦ୍ଧ୍ୱ କାର, ଅଟୋରିକ୍ସା ଭାସୁଥିବାର ଦେଖିବାକୁ ମିଳିଥିଲା। ବର୍ଷାଦିନ ଆରମ୍ଭ ହେଉ ହେଉ ରାଜଧାନୀ ଏଭଳି ଜଳମଗ୍ନ ହୋଇପଡ଼ିବା ଦେଖି ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ସହରକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତି କରିବା ପାଇଁ ଏଥର ବି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବିଫଳ ହୋଇଗଲା। ବର୍ଷାଜଳ ନିଷ୍କାସନ ନ ହେବାର ମୁଖ୍ୟ ସମସ୍ୟା ହେଉଛି ଡ୍ରେନ ଜାମ୍‌ ରହିବା। ଏଭଳି ସମସ୍ୟା ପ୍ରତିବର୍ଷ ଦେଖିବାକୁ ମିଳୁଥିଲେ ମଧ୍ୟ ବିଏମ୍‌ସି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ନିରାକରଣ ପାଇଁ ସେଭଳି ଆନ୍ତରିକତା ନ ଥିବା ସ୍ପଷ୍ଟ ବୁଝାପଡ଼ୁଛି।
ଲଘୁଚାପ ପ୍ରଭାବରେ ରବିବାରଠାରୁ ତିନିଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲା। ଜଳବନ୍ଦୀ ପରିସ୍ଥିତିର ମୁକାବିଲା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଗୋଟିଏ ଘଣ୍ଟାର ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ପାଣି ଜମି ରହିଥିଲାବେଳେ କୌଣସି ଅଧିକାରୀଙ୍କ ଦେଖା ମିଳି ନ ଥିଲା। ଏଭଳିସ୍ଥିତିରେ ଅଧିକ ସମୟ ବର୍ଷା ହେଲେ ରାଜଧାନୀର ପରିସ୍ଥିତି କ’ଣ ହେବ ତାହା ଚିନ୍ତାର ବିଷୟ ହୋଇଛି।
ଭୁବନେଶ୍ୱରର ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ, ଆଚାର୍ଯ୍ୟ ବିହାର, ବାଣୀବିହାର, ରସୁଲଗଡ଼ ମୁଖ୍ୟ ରାସ୍ତା, ସତ୍ୟନଗର, ସତ୍ୟବିହାର, ଜିଜିପି କଲୋନୀ, ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି, ଶହୀଦନଗର ଶାନ୍ତିପଲ୍ଲୀ ବସ୍ତି ଆଦି ଅଞ୍ଚଳର ଲୋକେ ରବିବାର ସନ୍ଧ୍ୟା ବର୍ଷା ପରେ ଗୁରୁତର ସମସ୍ୟା ଭୋଗିଥିଲେ। ବହୁ ଲୋକଙ୍କ ଘରେ ପାଣି ପଶିବା ସହ ରାସ୍ତାରେ ଯାତାୟାତ କରିବା ମୁସ୍କିଲ ହୋଇପଡ଼ିଥିଲା। ବିଶେଷ କରି ଜୟଦେବ ବିହାର-ସିଆରପି ଛକ ଫ୍ଲାଏଓଭର୍‌ ଉପରେ ମଧ୍ୟ ପାଣି ଲହଡ଼ି ଭାଙ୍ଗିଥିଲା। ପାଣି ଜମି ରହିବା ଫଳରେ ନାଇଟ ବସ୍‌, ବଡ଼ ବଡ଼ ଟ୍ରକ୍‌ ଫ୍ଲାଏଓଭର ଉପରେ ଧାଡି ବାନ୍ଧି ଛିଡ଼ା ହୋଇରହିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri