ଅସରାଏ ବର୍ଷାରେ ଜଳମଗ୍ନ ରାଜଧାନୀ : ଇସ୍କନ ମନ୍ଦିର ସମ୍ମୁଖରେ ଭାସିଲା କାର

ଭୁବନେଶ୍ୱର, ୧।୭ (ବ୍ୟୁରୋ): ରବିବାର ସନ୍ଧ୍ୟାରେ ପ୍ରାୟ ୧ ଘଣ୍ଟାର ବର୍ଷା ଦେଶର ୧ ନମ୍ବର ସ୍ମାର୍ଟସିଟି ଭୁବନେଶ୍ୱରର ଅବସ୍ଥାକୁ କଦର୍ଯ୍ୟ କରିଦେଇଥିଲା। କେଉଁଠି ଅଣ୍ଟାଏ, କେଉଁଠି ଆଣ୍ଠୁଏ ପାଣି ଜମି ରହିଥିଲା। ଜାତୀୟ ରାଜପଥରେ ଥିବା ଫ୍ଲାଏଓଭରର ସ୍ଥାନେ ସ୍ଥାନେ ବର୍ଷା ପାଣି ଜମି ରହିବା ଯୋଗୁ ଯାତାୟାତରେ ସମସ୍ୟା ହେବା ସହ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷ କରି ଇସ୍କନ ମନ୍ଦିର ଓ ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ସମ୍ମୁଖ ଅଞ୍ଚଳ ସ୍ଥିତି ସଙ୍ଗିନ ଥିଲା। ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ୨୦ରୁ ଊର୍ଦ୍ଧ୍ୱ କାର, ଅଟୋରିକ୍ସା ଭାସୁଥିବାର ଦେଖିବାକୁ ମିଳିଥିଲା। ବର୍ଷାଦିନ ଆରମ୍ଭ ହେଉ ହେଉ ରାଜଧାନୀ ଏଭଳି ଜଳମଗ୍ନ ହୋଇପଡ଼ିବା ଦେଖି ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ସହରକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତି କରିବା ପାଇଁ ଏଥର ବି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବିଫଳ ହୋଇଗଲା। ବର୍ଷାଜଳ ନିଷ୍କାସନ ନ ହେବାର ମୁଖ୍ୟ ସମସ୍ୟା ହେଉଛି ଡ୍ରେନ ଜାମ୍‌ ରହିବା। ଏଭଳି ସମସ୍ୟା ପ୍ରତିବର୍ଷ ଦେଖିବାକୁ ମିଳୁଥିଲେ ମଧ୍ୟ ବିଏମ୍‌ସି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ନିରାକରଣ ପାଇଁ ସେଭଳି ଆନ୍ତରିକତା ନ ଥିବା ସ୍ପଷ୍ଟ ବୁଝାପଡ଼ୁଛି।
ଲଘୁଚାପ ପ୍ରଭାବରେ ରବିବାରଠାରୁ ତିନିଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲା। ଜଳବନ୍ଦୀ ପରିସ୍ଥିତିର ମୁକାବିଲା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଗୋଟିଏ ଘଣ୍ଟାର ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ପାଣି ଜମି ରହିଥିଲାବେଳେ କୌଣସି ଅଧିକାରୀଙ୍କ ଦେଖା ମିଳି ନ ଥିଲା। ଏଭଳିସ୍ଥିତିରେ ଅଧିକ ସମୟ ବର୍ଷା ହେଲେ ରାଜଧାନୀର ପରିସ୍ଥିତି କ’ଣ ହେବ ତାହା ଚିନ୍ତାର ବିଷୟ ହୋଇଛି।
ଭୁବନେଶ୍ୱରର ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ, ଆଚାର୍ଯ୍ୟ ବିହାର, ବାଣୀବିହାର, ରସୁଲଗଡ଼ ମୁଖ୍ୟ ରାସ୍ତା, ସତ୍ୟନଗର, ସତ୍ୟବିହାର, ଜିଜିପି କଲୋନୀ, ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି, ଶହୀଦନଗର ଶାନ୍ତିପଲ୍ଲୀ ବସ୍ତି ଆଦି ଅଞ୍ଚଳର ଲୋକେ ରବିବାର ସନ୍ଧ୍ୟା ବର୍ଷା ପରେ ଗୁରୁତର ସମସ୍ୟା ଭୋଗିଥିଲେ। ବହୁ ଲୋକଙ୍କ ଘରେ ପାଣି ପଶିବା ସହ ରାସ୍ତାରେ ଯାତାୟାତ କରିବା ମୁସ୍କିଲ ହୋଇପଡ଼ିଥିଲା। ବିଶେଷ କରି ଜୟଦେବ ବିହାର-ସିଆରପି ଛକ ଫ୍ଲାଏଓଭର୍‌ ଉପରେ ମଧ୍ୟ ପାଣି ଲହଡ଼ି ଭାଙ୍ଗିଥିଲା। ପାଣି ଜମି ରହିବା ଫଳରେ ନାଇଟ ବସ୍‌, ବଡ଼ ବଡ଼ ଟ୍ରକ୍‌ ଫ୍ଲାଏଓଭର ଉପରେ ଧାଡି ବାନ୍ଧି ଛିଡ଼ା ହୋଇରହିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri