ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବା ଦାବି: ଭାଜପା ପକ୍ଷରୁ ଘଣ୍ଟିକିଆ ରାସ୍ତାରୋକୋ

ଆନନ୍ଦପୁର,୧୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ସୁଡୁସୁଡିଆ ବାଇପାସ୍‌ ଛକଠାରେ ଶୁକ୍ରବାର ଭାଜପା ପକ୍ଷରୁ ଘଣ୍ଟିକିଆ ରାସ୍ତାରୋକୋ ହୋଇଛି। ୨୦ ନଂ.ଜାତୀୟ ରାଜପଥ ଶାଳପଡାଠାରୁ ଖପରାଖାଇ ପର୍ଯ୍ୟନ୍ତ ସର୍ଭିସ୍‌ ରୋଡର ଶୋଚନୀୟ ଅବସ୍ଥା, ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଏହି ରାସ୍ତାରୋକୋ କରାଯାଇଛି। କାର୍ଯ୍ୟକ୍ରମରେ ଭାଜପା ହରିଜନ ମୋର୍ଚ୍ଚା ଜିଲା ସଭାପତି ହେମନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁମତୀ ଜେନା, ଜିଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ସାହୁ, ହରିଜନ ମୋର୍ଚ୍ଚା ସମ୍ପାଦକ ସନ୍ୟାସୀ ପାତ୍ରଙ୍କ ସମେତ ବହୁ ଭାଜପା କର୍ମୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଶୀଘ୍ର ସର୍ଭିସ୍‌ ରୋଡଗୁଡିକର ମରାମତି କରା ନ ଗଲେ ଆଗାମି ଦିନରେ ଭାଜପା ପକ୍ଷରୁ ୬ ଓ ୧୨ ଘଣ୍ଟିଆ ଆନ୍ଦୋଳନ କରାଯିବ ବୋଲି ଭାଜପା ନେତା ଚେତାବନୀ ଦେଇଛନ୍ତି।