ଅସଜଡ଼ା ଭିତ୍ତିଭୂମିରେ ଚାଲିଛି ଶିକ୍ଷାଦାନ

ବ୍ରହ୍ମଗିରି,୨୨ା୮(ଡି.ଏନ.ଏ): ବ୍ରହ୍ମଗିରି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଏହିି ବ୍ଲକ ଅନ୍ତର୍ଗତ କାଣ୍ଡୋଗଦା ପଞ୍ଚାୟତର ମୁଣ୍ଡାଳ ଗ୍ରାମସ୍ଥିତ ମୁଣ୍ଡାଳ ଜାଡିପୁର ପ୍ରାଥମିକ ବିଦ୍ୟାଳୟ ଓ ଯୁଗୋଜ୍ୟୋତି ୟୁପି ଏମଇ ବିଦ୍ୟାଳୟ ଦେଖିଲେ ଭିତ୍ତିଭୂମି ଓ ଏହାର ଶିକ୍ଷା ବ୍ୟବସ୍ଥାରୁ ସବୁ ଅନୁମେୟ ହୋଇଯିବ। ମୁଣ୍ଡାଳ ଜାଡିପୁର ପ୍ରାଥମିକ ବିଦ୍ୟାଳୟଟି ୧୯୫୮ରେ ସ୍ଥାପିତ ହୋଇଥିବାବେଳେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ଏହି ୫ଟି ଶ୍ରେଣୀରେ ବର୍ତ୍ତମାନ ୭୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏମାନଙ୍କ ପାଇଁ ୩ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। କିନ୍ତୁ ଏହି ବିଦ୍ୟାଳୟରେ ଥିବା ଏକ ପୁରୁଣା ଶ୍ରେଣୀଗୃହ ୫ବର୍ଷ ତଳୁ ବିପଦସଙ୍କୁଳ ଘୋଷଣା କରାଯାଇଥିଲା। ତାହା ଫନୀ ବାତ୍ୟାରେ ସମ୍ପୂର୍ଣ୍ଣ ମାଟିରେ ମିଶିଯିବା ପରେ ଏବେ ଗୋଟିଏ ଶ୍ରେଣୀଗୃହରେ ୫ଟି ଶ୍ରେଣୀର ଛାତ୍ରୀଛାତ୍ର ବସିପାଠ ପଢୁଛନ୍ତି। ଏ ନେଇ ଶିକ୍ଷକ ଶରତ ସେଠୀ କୁହନ୍ତି, ସରକାରଙ୍କ କୁଠାରୀ ନିୟମାନୁଯାୟୀ ଯେତିକି ଶ୍ରେଣୀକୁ ସେତିକି ଗୃହ ରହିବା ଆବଶ୍ୟକ, କିନ୍ତୁ ଆମ ବିଦ୍ୟାଳୟରେ ୫ଟି ଶ୍ରେଣୀ ଥିବାବେଳେ ଗୋଟିଏ ଶ୍ରେଣୀଗୃହ ଅଛି। ଅନ୍ୟ ଗୋଟିଏ ଗୃହ ଫନୀରେ ଭାଙ୍ଗିଯିବାପରେ ଆମେ ପ୍ରଶାସନ ନିକଟରେ ଆବଶ୍ୟକୀୟ ଶ୍ରେଣୀଗୃହ ପାଇଁ ଅଭିଯୋଗ କରିଛୁ। ସେହିଭଳି ଯୁଗୋଜ୍ୟୋତି ୟୁପି ଏମଇ ବିଦ୍ୟାଳୟରେ ୬ଷ୍ଠ ଓ ୭ମ ଶ୍ରେଣୀ ରହିଛି। ଏହାର ପରିବେଶ ବିପଦପୂର୍ଣ୍ଣ ଭାବେ ରହିଥିବାବେଳେ ଚାରିପଟେ ପାଣି ଜମିରହିଛି। ଫଳରେ ସରୀସୃପଙ୍କ ଭୟ ସର୍ବଦା ଲାଗିରହିଛି। ବିଦ୍ୟାଳୟଟି ରୋଡ ପାର୍ଶ୍ୱରେ ଥିବାରୁ ଏହାର ସୁରକ୍ଷା ପ୍ରାଚୀର ମଧ୍ୟ ନାହିଁ। ଏହାସହ ବିଦ୍ୟାଳୟ ନିକଟରେ ରହିଛି ଦୁଇଟି ପୋଖରୀ। ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନଭୋଜନ ସମୟରେ ପୋଖରୀ ଉପରେ ନିର୍ଭର କରନ୍ତି। ଫଳରେ ଛୋଟ ପିଲାମାନେ ପୋଖରୀକୁ ଯିବା ନିରାପଦ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି । ତୁରନ୍ତ ଏହାର ଭିତ୍ତିଭୂମି ସଜାଡ଼ିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri