ଅଷ୍ଟ୍ରେଲିଆ ବିମାନ ଦୁର୍ଘଟଣା: ୩ ଫାୟାରଫାଇଟର ମୃତ

ନିଉ ସାଉଥ୍‌ ଓ୍ବେଲସ,୨୩।୧: ଅଷ୍ଟ୍ରେଲିଆର ନିଉ ସାଉଥ୍‌ ଓ୍ବେଲସରେ ସି-୧୩୦ ବିମାନ ଗୁରୁବାର ଦୁର୍ଘଟଣା ହୋଇଥିବା ଖବର ମିଳିଛି। ଏଥିରେ ୩ ଆମେରିକୀୟ ଫାୟାପାଇଟରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ। ପ୍ରଥମେ ଏହି ଫାୟାରଫାଇଟର ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ଏହାପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଥିଲା। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଏବେ ସାଧାରଣ ଜୀବନକୁ ବେଶ୍‌ ମାତ୍ରାରେ ପ୍ରଭାବିତ କରିଥିବା ବେଳେ ଏହାକୁ ଲିଭାଇବାକୁ ମାସକରୁ ଅଧିକ ସମୟ ହେବ ଚେଷ୍ଟା ଜାରି ରହିଛି। ଏହି ଜଙ୍ଗଲ ନିଆଁରେ କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ହଜାର ହଜାର ବନ୍ୟଜୀବଙ୍କ ମୃତ୍ୟୁ ହେଲାଣି। ଏହାକୁ ଲିଭାଇବାକୁ ଏହି ଫାୟାରଫାଇଟର ମାନେ କଠିନ ପରିଶ୍ରମ କରୁ୍‌ଛନ୍ତି।

Share