Posted inଖେଳ

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୫ କୋଟିରେ ବିକ୍ରି ହେଲା ଓ୍ବର୍ନଙ୍କ କ୍ୟାପ

ସିଡ୍‌ନୀ,୧୦।୧(ଏଏଫ୍‌ପି)- କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ପଦାର୍ପଣ ଗ୍ରୀନ କ୍ୟାପ ୧ ନିୟୁତ ଅଷ୍ଟ୍ରେଲିଆନ ଡଲାରରେ ବିକ୍ରି ହୋଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୪.୯୭ କୋଟି ଟଙ୍କା। ଏହି ସମସ୍ତ ଅର୍ଥ ଦେଶର ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ହୋଇଥିବା କ୍ଷୟକ୍ଷତି ପୂରଣ କରିବା ପାଇଁ ରେଡ୍‌କ୍ରସ ପାଣ୍ଠିକୁ ପ୍ରଦାନ କରାଯିବ। ୧୪୫ ଟେଷ୍ଟ ଖେଳି ୭୦୮ ଉଇକେଟ ନେଇଥିବା ସ୍ପିନର ତାଙ୍କ ପୂରା କ୍ୟାରିୟରରେ ଏହି କ୍ୟାପ ପରିଧାନ କରିଥିଲେ। ତାଙ୍କ ପୂର୍ବରୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡୋନାଲ୍ଡ ବ୍ରାଡମ୍ୟାନଙ୍କ କ୍ୟାପ ମଧ୍ୟ ବିକ୍ରି ହୋଇଥିଲା। ଚ୍ୟାରିଟି ପାଇଁ ଉକ୍ତ କ୍ୟାପ ୨୦୦୩ରେ ୪୨୫ ଅଷ୍ଟ୍ରେଲିଆନ ଡଲାର ନିଲାମ ହୋଇଥିଲା। ଓ୍ବର୍ନ ତାଙ୍କ  କ୍ୟାପର ଫଟୋକୁ ଟୁଇଟ୍‌ କରି ଲେଖିଛନ୍ତି, ନିଲାମରେ ଭାଗ ନେଇଥିବା ପ୍ରତ୍ୟେକଙ୍କୁ ଧନ୍ୟବାଦ। ସଫଳ ବିଡରଙ୍କୁ ଶୁଭେଚ୍ଛା। ଏତେ ମୂଲ୍ୟ ପାଇବି ବୋଲି ଆଶା କରି ନ ଥିଲି। ଆଦାୟ ହୋଇଥିବା ଅର୍ଥ ସିଧାସଳଖ ରେଡ୍‌କ୍ରସ ପାଣ୍ଠିକୁ ଦାନ କରାଯିବ। ଧନ୍ୟବାଦ। କ୍ୟାପ ସହ ଓ୍ବର୍ନଙ୍କ ହସ୍ତାକ୍ଷର ସାର୍ଟିଫିକେଟ ମଧ୍ୟ ରହିଥିଲା। ତେବେ କ୍ୟାପ କିଣିଥିବା ବିଡରଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ବାଗି ଗ୍ରୀନ କ୍ୟାପ ଅଷ୍ଟ୍ରେଲିଆ ଖେଳାଳିଙ୍କ ଟେଷ୍ଟ ପଦାର୍ପଣ ବେଳେ ପ୍ରଦାନ କରାଯାଏ। ଗତ ସୋମବାର ଏହି କ୍ୟାପ ନିଲାମ କରିବା ପାଇଁ ଓ୍ବର୍ନ ନିଷ୍ପତ୍ତି ନେଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ୪ ମାସ ହେଲା ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ କୋଟି କୋଟି ଜନ୍ତୁ ଜୀବନ ହରାଇଥିବାବେଳେ ୨ ହଜାର ଜନସାଧାରଣ ବାସହରା ହୋଇଛନ୍ତି। କେବଳ ଓ୍ବର୍ନ ନୁହନ୍ତି ଏବେକାର କ୍ରିକେଟରମାନେ ମଧ୍ୟ ସହାୟତା ପାଇଁ ଆଗେଇ ଆସିଛନ୍ତି। ତାଲିକାରେ କ୍ରିସ ଲିନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଡାର୍ସି ଶଟ୍‌ ଟେନିସ ଖେଳାଳି ଆଶଲେ ବାର୍ଟି, ନିକି କିର୍ଗିଅସଙ୍କ ଭଳି ଆହୁରି ଅନେକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri