Categories: ଖେଳ

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଲୋକଙ୍କ ସହାୟତା ପାଇଁ ଜୀବନର ସବୁଠୁ ମୂଲ୍ୟବାନ ଜିନିଷ ନିଲାମ କଲେ ସେନ୍‌ ଓ୍ବାର୍ଣ୍ଣ

କାନବେରା,୬।୯: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ଦୀର୍ଘ ୪ ମାସ ନଆଁ ଲାଗିଛି। ଫଳରେ ଜଙ୍ଗଲରେ ଥିବା ପାଖାପାଖି ୫୦ କୋଟି ଜୀବଜନ୍ତ ଏବଂ ପକ୍ଷୀ ପୋଡ଼ି ହୋଇଯାଇଛନ୍ତି। ଏହି ନିଆଁ ଅଷ୍ଟ୍ରେଲିଆର ଭିକ୍ଚୋରିଆ ଏବଂ ନ୍ୟୁ ସାଉଥୱେଲସ ଅଞ୍ଚଳରେ ଲାଗିଛି। ଏହି ନିଆଁରେ ୨୦୦ରୁ ଅଧିକ ଘର ପୋଡ଼ି ନଷ୍ଟ ହୋଇଯାଇଛି। ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଯାବତ ୧୮ ଜଣ ଲୋକଙ୍କ ମୃତ୍ୟୁ ବାବଦରେ ଜଣାପଡ଼ିଛି। ହେଲେ ଆଗାମୀ ସମୟରେ ଏହି ସଂଖ୍ୟା ବଢ଼ିପାରେ। ଏହି ନିଆଁରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ମହାନ କ୍ରିକେଟର ସେନ୍‌ ଓ୍ବାର୍ଣ୍ଣ। ସେ ଜୀବନର ସବୁଠୁ ମୂଲ୍ୟବାନ ଜିନିଷ ନିଲାମ କରିବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର କ୍ୟାରିୟର ଆରମ୍ଭ କରିବା ଦିନ ତାଙ୍କୁ ଯେଉଁ କ୍ୟାପ୍‌ ମିଳିଥିଲା ସେ ତାକୁ ନିଲାମ କରିବେ। ସେଥିରୁ ଯାହା ଅର୍ଥ ମିଳିବ ତାକୁ ସେ ଅଗ୍ନି ବିପନ୍ନଙ୍କୁ ସହାୟତା ଦେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଓ୍ବାର୍ଣ୍ଣ ୧୪୫ଟି ଟେଷ୍ଟ ଖେଳି ୭୦୮ଟି ଉଇକେଟ ନେଇଥିଲେ। ଟେଷ୍ଟରେ ୭୦୦ ଉଇକେଟ ନେବାରେ ସେ ପ୍ରଥମ ଖେଳାଳି ହୋଇପାରିଥିଲେ। ସେହିପରି ୧୯୪ଟି ଏକଦିବସୀୟ ମ୍ୟାଚ ଖେଳି ୨୯୩ଟି ଉଇକେଟ ନେଇଥିଲେ।

Share