ଅଷ୍ଟ୍ରେଲିଆରେ ମନୁଷ୍ୟଙ୍କ ଉପରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଆରମ୍ଭ କରିବ ଆମେରିକା

କାନବେରା,୨୬।୫: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶରେ ଉଦ୍ୟମ ଅବ୍ୟାହତ ରହିଛି। ଆମେରିକାର ଏକ ବାୟୋ ଟେକ୍ନୋଲୋଜି କମ୍ପାନୀ ଅଷ୍ଟ୍ରେଲିଆରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ମନୁଷ୍ୟଙ୍କ ଉପରେ ଆରମ୍ଭ କରିବ ବୋଲି ସୂଚନା ଦେଇଛି। ଆମେରିକା କମ୍ପାନୀ ନୋଭାଭେକ୍ସ୍‌ର ଗବେଷକ ଡ. ଗ୍ରିଗୋରି ଗ୍ଲେନ୍‌ ଏନେଇ ସୂଚନା ଦେଇଛନ୍ତି। କମ୍ପାନୀ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇ ସାରିଛି। ଏହା ଅନ୍ତର୍ଗତ ମେଲବୋର୍ନ ଏବଂ ବ୍ରିସ୍‌ବେନ୍‌ ସହରର ୧୩୧ ଜଣ ସ୍ବେଚ୍ଛାସେବୀଙ୍କ ଉପରେ ପ୍ରତିଧେଷକ ଟୀକାର ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି।

Share