Posted inଖେଳ

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌ଙ୍କୁ ଅଷ୍ଟମ ଟାଇଟଲ, ନଂ.୧କୁ ପ୍ରତ୍ୟାବର୍ତ୍ତନ

ମେଲ୍‌ବୋର୍ନ, ୩।୨(ଏଏଫ୍‌ପି)- ଅଭିଜ୍ଞ ସର୍ବିୟା ଟେନିସ୍‌ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ଦ୍ୱିତୀୟ ସିଡ୍‌ ମାନ୍ୟତା ପାଇଥିବା ଜୋକୋଭିଚ୍‌ ୬-୪, ୪-୬, ୨-୬, ୬-୩, ୬-୪ ମାରାଥନ ସେଟ୍‌ରେ ପଞ୍ଚମ ସିଡ୍‌ ଖେଳାଳି ଅଷ୍ଟ୍ରିଆର ଡୋମିନିକ ଥିମ୍‌ଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ବିଜୟୀ ହେବା ପାଇଁ ଜୋକୋଭିଚ୍‌ଙ୍କୁ ପାଖାପାଖି ୪ ଘଣ୍ଟା ସମୟ ଆବଶ୍ୟକ ହୋଇଥିଲା। ଏଥିସହିତ ୩୨ ବର୍ଷୀୟ ଜୋକୋଭିଚ୍‌ ରେକର୍ଡ ଅଷ୍ଟମଥର ପାଇଁ ଏହି ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ସେ ମଧ୍ୟ କ୍ୟାରିୟରର ୧୭ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି। ଆଉ ୨/୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କଲେ ସେ ଯଥାକ୍ରମେ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରରଙ୍କ ସମକକ୍ଷ ହେବେ। ଏହି ସଫଳତା ସହ ସୋମବାର ପ୍ରକାଶିତ ହେବାକୁ ଥିବା ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ସ୍ପେନ୍‌ର ରାଫାଲ ନାଡାଲଙ୍କୁ ହଟାଇ ସେ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିବା ସ୍ପଷ୍ଟ ହୋଇଛି। ର଼୍ୟାଙ୍କିଙ୍ଗ୍‌ରେ ନାଡାଲ ଦ୍ୱିତୀୟ, ଫେଡରର ପୂର୍ବପରି ତୃତୀୟ ଓ ଥିମ୍‌ ଗୋଟିଏ ପାହ୍ୟା ଉପରକୁ ଉଠି ଚତୁର୍ଥ ସ୍ଥାନରେ ରହିବେ।
ଜୋକୋଭିଚ୍‌ କ୍ରମାଗତ ୧୩ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆ ଓପନ୍‌ ମୋର ଫେଭରାଇଟ୍‌ ଟୁର୍ନାମେଣ୍ଟ। ପୁଣିଥରେ ଏହି ଟାଇଟଲ ଜିତିବାରୁ ନିଜକୁ ଭାଗ୍ୟବାନ୍‌ ମନେକରୁଛି। ଏହି ବିଜୟ ସହ ସେ ଏକ ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ତୃତୀୟ ବ୍ୟକ୍ତି ଭାବେ ସେ ଗୋଟିଏ ଗ୍ରାଣ୍ଡସ୍ଲାମ(ଅଷ୍ଟ୍ରେଲିଆନ ଓପନ୍‌)ରେ ୮ କିମ୍ବା ଅଧିକଥର ଟାଇଟଲ ଜିତିଛନ୍ତି। ନାଡାଲ ପୂର୍ବରୁ ଫ୍ରେଞ୍ଚ୍‌ ଓପନ୍‌ରେ ୧୨ଥର ଓ ଫେଡରର ଓ୍ବିମ୍ବେଲଡନ୍‌ରେ ୮ଥର ଟାଇଟଲ ଜିତିବାର ଗୌରବ ଅର୍ଜନ କରିସାରିଛନ୍ତି। ଗତ ୭ଟି ପ୍ରୟାସରେ ଜୋକୋଭିଚ୍‌ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିପାରି ନ ଥିଲେ। ତେଣୁ ଏହି ବିଜୟ ତାଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି।
ଫାଇନାଲରେ ଥିମ୍‌ଙ୍କୁ ହରାଇବା ପାଇଁ ଜୋକୋଭିଚ୍‌ଙ୍କୁ ବେଶ୍‌ କଷ୍ଟ କରିବାକୁ ପଡ଼ିଥିଲା। ଜୋକୋଭିଚ୍‌ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ୨୬ ବର୍ଷୀୟ ଥିମ୍‌ ଫିଟ୍‌ ଓ ବେଶ୍‌ ଫାଷ୍ଟ ଥିଲେ। ଗ୍ରାଉଣ୍ଡ ଷ୍ଟ୍ରୋକ୍‌ରେ ସେ ଜୋକୋଭିଚ୍‌ଙ୍କୁ ପଛରେ ପକାଇଥିଲେ। ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ଜୋକୋଭିଚ୍‌ ଦ୍ୱିତୀୟ ଓ ତୃତୀୟ ସେଟ୍‌ରେ ପରାସ୍ତ ହୋଇ ୨-୧ରେ ପଛରେ ପଡ଼ି ବେଶ୍‌ ନିରାଶ ହୋଇଥିଲେ। ତେବେ ପ୍ରଦର୍ଶନରେ ଉନ୍ନତି ଆଣି ସେ ଚତୁର୍ଥ ଓ ପଞ୍ଚମ ସେଟ୍‌ରେ ବିଜୟୀ ହୋଇ ଶେଷରେ ବାଜି ମାରିଥିଲେ। ପୂର୍ବରୁ ଜୋକୋଭିଚ୍‌ ସେମିଫାଇନାଲରେ ତୃତୀୟ ସିଡ୍‌ ରୋଜର ଫେଡରରଙ୍କୁ ୭-୬, ୬-୪, ୬-୩ ସେଟ୍‌ରେ ଓ ଥିମ୍‌ ସପ୍ତମ ସିଡ୍‌ ଆଲେକ୍‌ଜାଣ୍ଡର ଜେଭରେଭଙ୍କୁ ୩-୬, ୬-୪, ୭-୬, ୭-୬ ସେଟ୍‌ରେ ହରାଇ ଫାଇନାଲକୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri