Categories: ଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ଭାରତୀୟ ବଂଶୋଦ୍ଭବ ରାଜୀବଙ୍କୁ ଟାଇଟଲ୍‌

ମେଲବୋର୍ନ, ୨।୨ (ଏଏଫ୍‌ପି)- ଆମେରିକାରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ରାଜୀବ ରାମ ବର୍ଷର ପ୍ରଥମ ଟେନିସ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି। ବ୍ରିଟେନର ଜୋଏ ସେଲିସବରୀଙ୍କୁ ସାଥୀ କରି ଖେଳୁଥିବା ରାଜୀବ ଫାଇନାଲରେ ୬-୪, ୬-୨ ସିଧାସଳଖ ସେଟ୍‌ରେ ମ୍ୟାକ୍ସ ପର୍ସେଲ ଓ ଲୁକ୍‌ ସେବିଲେ ଯୋଡ଼ିଙ୍କୁ ହରାଇଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରାଜୀବ ଓ ଜୋଏଙ୍କୁ ୧ ଘଣ୍ଟା ୧୦ ମିନିଟ୍‌ ସମୟ ଲାଗିଥିଲା। ୩୫ ବର୍ଷୀୟ ରାଜୀବ ଏଥିପୂର୍ବରୁ ଗତବର୍ଷ ଏଠାରେ ମିକ୍ସଡ ଡବଲ୍ସରେ ମଧ୍ୟ ଚାମ୍ପିୟନ ହୋଇଥିଲେ। ସେହିଭଳି ୨୦୧୬ ରିଓ ଅଲିମ୍ପିକ୍ସର ମିକ୍ସଡ ଡବଲ୍ସରେ ମଧ୍ୟ ସେ ରୌପ୍ୟ ପଦକ ହାସଲ କରିଥିଲେ।

Share