Categories: ଖେଳ

ଅଶ୍ୱିନଙ୍କଠାରୁ ଲିୟନ ଭଲ ଅଫ୍‌ ସ୍ପିନର: ବ୍ରାଡ ହଗ୍‌

ନୂଆଦିଲ୍ଲୀ,୧୧।୪ (ପି.ଟି.): ରବିଚନ୍ଦ୍ରନ ଅଶ୍ୱିନ ଜଣେ ଉଚ୍ଚକୋଟୀର ଅଫ୍‌ ସ୍ପିନର ଓ ତାଙ୍କର ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ। ତେବେ ଅଶ୍ୱିନଙ୍କଠାରୁ ନିଜର ଦେଶର ନାଥନ ଲିୟନ ଅପେକ୍ଷାକୃତ ଭଲ ଅଫ୍‌ସ୍ପିନର ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଚାଇନାମ୍ୟାନ ବୋଲର ବ୍ରାଡ ହଗ୍‌ କହିଛନ୍ତି। ଟେଷ୍ଟ ଫର୍ମାଟ୍‌ରେ ଅଶ୍ୱିନଙ୍କୁ ପଛରେ ପକାଇଛନ୍ତି ହଗ୍‌ ବୋଲି ସେ କହିଛନ୍ତି।
ସାରା ବିଶ୍ୱ ଏବେ ଲକ୍‌ଡାଉନ୍‌ରେ ଥିବା ବେଳେ ପ୍ରଶଂସକଙ୍କ ଉତ୍ତର ଦେବା ବେଳେ ୪୯ ବର୍ଷୀୟ ହଗ୍‌ ଏହି କଥା କହିଛନ୍ତି। ହଗ୍‌ ଅଷ୍ଟ୍ରେଲିଆ ପାଇଁ ୭ଟି ଟେଷ୍ଟ ଓ ୧୨୩ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟ କ୍ରିକେଟ ଅଶ୍ୱିନ ଓ ଲିୟନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବୋଲି ଜଣେ ପ୍ରଶଂସକ ପ୍ରଶଂସା କରିଥିଲେ। ଗତ କେତେବର୍ଷ ହେବ ଲିୟନ ଅଶ୍ୱିନଙ୍କଠାରୁ ଜଣେ ଅଫ୍‌ ସ୍ପିନର ଭାବେ ଅଧିକ ଭଲ ପ୍ରଦର୍ଶନ କରିଆସୁଛନ୍ତି। ତେବେ ଦୁଇଜଣ ବୋଲର ଯେପରି ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛନ୍ତି ତାହା ପ୍ରଶଂସନୀୟ। ବିଦେଶରେ ଅଶ୍ୱିନଙ୍କ ସଫଳତା ହାର କମ୍‌। ବୋଧହୁଏ ଏହାକୁ ଲକ୍ଷ୍ୟ କରି ହଗ୍‌ ଏହି ମତ ଦେଇପାରିନ୍ତି। ତେବେ ଲିୟନ ସବୁ ପ୍ରକାର ପରିସ୍ଥିତିରେ ଉଇକେଟ ହାସଲ କରିବାରେ ସଫଳ ହୋଇଛନ୍ତି। ଅଶ୍ୱିନ ୭୧ଟି ଟେଷ୍ଟ ଖେଳି ୩୬୫ଟି ଉଇକେଟ ହାସଲ କରିଛନ୍ତି। ସେହିପରି ଲିୟନ ୯୬ ଟେଷ୍ଟ ଖେଳି ୩୯୦ ଉଇକେଟ ପାଇଛନ୍ତି। ସେହିପରି ଦିନିକିଆରେ ଅଶ୍ୱିନ୍‌ ୧୧୧ଟି ମ୍ୟାଚ୍‌ ଖେଳି ୧୫୦ ଉଇକେଟ ହାସଲ କରିଥିବା ବେଳେ ଲିୟନ ୨୯ଟି ଦିନିକିଆ ଖେଳି ୨୯ ଉଇକେଟ ହାସଲ କରିଛନ୍ତି।

Share