ଅଶୋକ ପରିଜା ନୂଆ ଆଡଭୋକେଟ ଜେନେରାଲ

ଭୁବନେଶ୍ୱର, ୨୫।୬ (ବ୍ୟୁରୋ): ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ରାଜ୍ୟ ସରକାରଙ୍କ ନୂଆ ଆଡ୍‌ଭୋକେଟ ଜେନେରାଲ (ଏଜି) ଭାବେ ନିଯୁକ୍ତି ପାଇଛନ୍ତି। ଫଳରେ କିଛିଦିନ ଧରି ଏଜି ପଦ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ଅଶୋକଙ୍କ ପୂର୍ବରୁ ସୂର୍ଯ୍ୟ ପ୍ରସାଦ ମିଶ୍ର ଏହି ପଦରେ ଥିଲେ।