Categories: ଅନୁଗୋଳ

ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଇଣ୍ଡା,୩୦।୫(ଡି.ଏନ.ଏ.)-ହଣ୍ଡପା ଥାନା ନାକିଚି ଗ୍ରାମର ସୁରୁଚି ରଣା(୫୮) ଜଣେ ମହିଳାଙ୍କ ବୁଧବାର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି, ସୁରୁଚି ଅପରାହ୍ନରେ ତାଙ୍କ ଘର ବାରଣ୍ଡାରେ ବସି କାମ କରୁଥିବାବେଳେ ହଠାତ୍‌ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।