Categories: ଜାତୀୟ

ଅଶାନ୍ତ ପଶ୍ଚିମବଙ୍ଗ: ବିକ୍ଷୋଭବେଳେ ଭାଜପା କର୍ମକର୍ତ୍ତାଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୟୋଗ

କୋଲକାତା,୧୨।୬: ପଶ୍ଚିମବଙ୍ଗରେ ହିଂସା ଥମିବାର ନା ନେଉନି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ଏବେ ରାଜନୈତିକ ଯୁଦ୍ଧ ତେଜିବାରେ ଲାଗିଛି। ବୁଧବାର ଟିଏମ୍‌ସିି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଭାଜପା ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଫଳରେ ଭାଜପା କର୍ମକର୍ତ୍ତାଙ୍କ ଉପରେ ପୋଲିସ ଲୁହ ବୁହା ଗ୍ୟାସ ସହିତ ପାଣି ପ୍ରୟୋଗ କରିଛି। ଏଥିସହ ତାଙ୍କ ଉପରେ ଲାଠି ଚାର୍ଜ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ବିକ୍ଷୋଭକାରୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ପଶ୍ଚିମ ବଙ୍ଗରେ ବାରମ୍ବାର ବିଭିନ୍ନ ସ୍ଥାନରେ ଭାଜପା କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଉଛି। ଏହାରି ପଛରେ ଟିଏମ୍‌ସିର ହାତ ଥିବା ଅଭିଯୋଗରେ ମମତା ସରକାର ବିରୋଧରେ ଭାଜପା ରାଜରାସ୍ତାକୁ ଓହ୍ଲାଇଥିଲା। ଏହି ପରିପ୍ରେକ୍ଷୀରେ କୋଲକାତା ଲାଲ ବଜାର ଅଞ୍ଚଳରେ ଥିବା ପୋଲିସ ମୁଖ୍ୟାଳୟକୁ ଭାଜପା କର୍ମକର୍ତ୍ତା ଘେରାଉ କରିଥିଲେ। ସେହି ସମୟରେ ପୋଲିସ ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଯାଇ ଲୁହ ବୁହା ଗ୍ୟାସ ଓ ପାଣି ମାଡ଼ କରିଥିଲା। ଅପରପକ୍ଷରେ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Share