Categories: ଫୁରସତ

ଅଳ୍ପ ଖର୍ଚ୍ଚରେ ଭ୍ରମଣ କରନ୍ତୁ ଏହି ୫ ସ୍ଥାନ

ସ୍ବଳ୍ପ ଜୀବନକାଳ ମଧ୍ୟରେ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିବା ଲାଗି ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ମାତ୍ର ଏଥିପାଇଁ କାର୍ଯ୍ୟବ୍ୟସ୍ତତା ହେଉ ଅଥବା ସମୟ ଅଭାବ, ବ୍ୟକ୍ତିଗତ ସମସ୍ୟା ଲାଗି ଯାତ୍ରା ସମ୍ଭବ ହୋଇପାରି ନ ଥାଏ। ମାତ୍ର ଏସବୁ ଛାଡ଼ିଦେଲେ ପ୍ରମୁଖ ସମସ୍ୟା ହେଉଛି ଟଙ୍କା, ଯାହା ଅଧିକାଂଶ ଲୋକଙ୍କ ଇଚ୍ଛା ପୂରଣ କରିବାରେ ବାଧକ ସାଜିଥାଏ। ତେବେ ଏଭଳି ସମସ୍ୟାକୁ ପଛରେ ପକାଇ ଅଳ୍ପ ଖର୍ଚ୍ଚରେ ବୁଲି ଯାଆନ୍ତୁ ଏହିସବୁ ଜାଗା।

ପଣ୍ଡିଚେରୀ:
ଭାରତର ଫ୍ରାନ୍ସ କୁହାଯାଉଥିବା ପଣ୍ଡିଚେରୀରେ ଆପଣଙ୍କୁ ମାଗଣା ରହିବାର ସୁବିଧା ମିଳିଯିବ। ସେଠାରେ ଥିବା ଅରବିନ୍ଦ ଆଶ୍ରମରେ ଆପଣ ମାଗଣା ରହିପାରିବେ ଏବଂ ଶାକାହାରୀ ଭୋଜନ କରିପାରିବେ। ଏହାସହିତ ଅନ୍ୟ ବିକଳ୍ପ ମଧ୍ୟ ରହିଛି। ୩ ଦିନ ଓ ୨ ରାତି ପାଇଁ ଏଠାରେ ୩୦୦ ଟଙ୍କାରେ ଆପଣ ଆରାମଦାୟକ କଟେଜ୍‌ରେ ମଧ୍ୟ ରହିପାରିବେ। ଏହା ବ୍ୟତିତ ମାତ୍ର ୪୦୦ ଟଙ୍କାରେ ଦୁଇଜଣଙ୍କ ପାଇଁ ଭଲ ଖାଦ୍ୟ ମଧ୍ୟ ମିଳିଯିବ।

କୋଡାଇ କେନାଲ:
ଏଠାକାର ରାସ୍ତାକଡ଼ର ଖାଦ୍ୟ ଅଧିକ ସ୍ବାଦିଷ୍ଟ ହୋଇଥାଏ। ୩୦୦ ଟଙ୍କା ମଧ୍ୟରେ ସବୁକିଛି ମିଳିଯାଇଥାଏ। ଏଠାରେ ଗୋଟିଏ ରାତି ରହିବା ପାଇଁ କଟେଜ୍‌ର ଭଡ଼ା ବାବଦକୁ ମାତ୍ର ୨୦୦ ଟଙ୍କା ଦେବାକୁ ପଡ଼ିଥାଏ।

ଆଲ୍ଲେପି: ଏଠାକାର ହାଉସ୍‌ବୋଟ୍‌ରେ ଆପଣ ଏକ ରୁମ୍‌ ଭଡ଼ା ନେଇପାରିବେ। ଖୁବ୍‌ କମ୍‌ ଟଙ୍କାରେ ଆମାଜନ ଜଙ୍ଗଲରେ ରହିବାର ସୁଯୋଗ ମିଳିବ। ଏକ ହଜାର ଟଙ୍କାରେ ଆପଣଙ୍କୁ ଏହି ସୁନ୍ଦର ଜାଗାରେ ରହିବାକୁ ସୁବିଧା ମିଳିଯିବ।

ଉଟ୍ଟି
ଏଠାରେ ପ୍ରତିବର୍ଷ ଚକୋଲେଟ୍‌ରେ ସେଲ୍‌ ମିଳିବ। ଏଠାରେ କମ୍‌ ମୂଲ୍ୟରେ ଘରଭଡ଼ା ମିଳିଥାଏ।
ପୁଷ୍କର : ଏଠାରେ ମଧ୍ୟ ରହିବା ପାଇଁ ବହୁତ କମ୍‌ ଖର୍ଚ୍ଚ ହୋଇଥାଏ।

Share