ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରୁଛି ଚାଇନା: ଆମେରିକା

ଓ୍ବାଶିଂଟନ,୨୭।୧୧: ଚାଇନାରେ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରାଯାଉଛି। ଏନେଇ ଆମେରିକା ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଆମେରିକା ବହିର୍ବ୍ୟାପାର ବିଭାଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଚାଇନାରେ ମାନବାଧିକାରର ଉଲ୍ଲଂଘନ ହେଉଥିବା ଏଥିରେ ଦର୍ଶାଯାଇଛି। ଚାଇନାର ଶିନ୍‌ଜିୟାଙ୍ଗ୍‌ ପ୍ରଦେଶରେ ଅଳ୍ପସଂଖ୍ୟକ ଉଇଗର ଏବଂ ଅନ୍ୟ ମୁସଲମାନ୍‌ ସମ୍ପ୍ରଦାୟଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି। ଏହା ସହିତ ଚାଇନାର କମ୍ୟୁନିଷ୍ଟ୍‌ ସରକାର ଦେଶରେ ବାସ କରୁଥିବା ତିବ୍ବତୀୟ ଏବଂ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟଙ୍କୁ ନିର୍ଯାତନା ଦେଉଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share