ଅଲ୍‌ଜାଇମର୍‌ ପାଇଁ ଚାଇନା ପ୍ରସ୍ତୁତ କଲା ଔଷଧ: ୫ କୋଟିରୁ ଅଧିକ ଲୋକ ହେବେ ଉପକୃତ

ବେଜିଂ,୫।୧୧: ଭୁଲାପଣ ସମସ୍ୟା ଅଲ୍‌ଜାଇମର୍‌ ପାଇଁ ଚାଇନା ଔଷଧ ପ୍ରସ୍ତୁତ କରିଛି। ସାଙ୍ଘାଇର ଏକ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଥିବା ଚାଇନାର ଜାତୀୟ ମେଡିକାଲ ଉତ୍ପାଦ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୧୭ ବର୍ଷର ଦୀର୍ଘ ଗବେଷଣା ପରେ ଚାଇନା କମ୍ପାନୀ ଗ୍ରୀନ୍‌ ଭ୍ୟାଲିକୁ ଏଥିରେ ସଫଳତା ମିଳିଛି। ଏହା ଦ୍ୱାରା ପୃଥିବୀର ୫ କୋଟିରୁ ଅଧିକ ଲୋକ ଉପକୃତ ହେବେ ବୋଲି କୁହାଯାଉଛି। ଏହି ଔଷଧ ବଜାରରେ ଡିସେମ୍ବର ମାସ ସୁଦ୍ଧା ଓଲିଗୋମେନେଟ୍‌ ନାମରେ ଉପଲବ୍ଧ ହେବ। ପ୍ରଥମେ ଏହାକୁ ଘରୋଇ ବଜାରରେ ବିକ୍ରି କରାଯିବ। ପରେ ଏହି ଔଷଧ ଆମେରିକା, ୟୁରୋପ, ଏସିଆର ବିଭିନ୍ନ ରାଷ୍ଟ୍ରରେ ମିଳିବ ବୋଲି ଗ୍ରୀନ୍‌ ଭ୍ୟାଲି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଅଲ୍‌ଜାଇମର୍‌ ପାଇଁ କୌଣସି ଔଷଧ ପ୍ରସ୍ତୁତି ହୋଇ ନ ଥିବାବେଳେ ଚାଇନାର ଗବେଷକ ଏଥିରେ ସଫଳତା ହାସଲ କରିଛନ୍ତି। ସମ୍ପ୍ରତି ଚାଇନାରେ ଏକ କୋଟି ଅଲ୍‌ଜାଇମର ରୋଗୀ ଅଛନ୍ତି। ସେହିପରି ପୃଥିବୀରେ ୫ କୋଟିରୁ ଅଧିକ ଅଲ୍‌ଜାଇମର ସମସ୍ୟା ଭୋଗୁଥିବା ଲୋକ ଅଛନ୍ତି। ପରୀକ୍ଷା ମୂଳକ ଭାବେ କମ୍ପାନୀ ପକ୍ଷରୁ ୮୧୮ ଲୋକଙ୍କ ଉପରେ ଏହି ଔଷଧର ପ୍ରୟୋଗ କରାଯାଇଥିଲା। ୪ ସପ୍ତାହ ମଧ୍ୟରେ ଏହାର ସକାରାତ୍ମକ ପ୍ରଭାବ ରୋଗୀଙ୍କଠାରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri