Posted inଖେଳ

ଅଲିମ୍ପିକ୍ସ ହକି: ଭାରତୀୟ ଦଳରେ ନମିତା ସାମିଲ

ନୂଆଦିଲ୍ଲୀ, ୧୫।୭: ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳରେ ଆଉ ୨ ଜଣ(ମହିଳା ଓ ପୁରୁଷ) ଲେଖାଏ ଖେଳାଳିଙ୍କୁ ସାମିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଅଭିଜ୍ଞ ମିଡ୍‌ଫିଲ୍ଡର ନମିତା ଟପ୍ପୋ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ଓଡ଼ିଶାର କେବଳ ଦୀପ୍‌ ଗ୍ରେସ୍‌ ଏକ୍କା ଭାରତୀୟ ଦଳର ସଦସ୍ୟା ଥିଲେ। ନମିତାଙ୍କ ସାମିଲ ଫଳରେ ଭାରତୀୟ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ୨ରେ ପହଞ୍ଚତ୍ଛି। ତାଙ୍କ ସମେତ ରୀନା ଖୋଖର ମଧ୍ୟ ମହିଳା ଦଳରେ ସ୍ଥାନ ପାଇଛନ୍ତି। ସେହିପରି ପୁରୁଷ ଦଳରେ ଡିଫେଣ୍ଡର ବରୁଣ କୁମାର ଏବଂ ମିଡ୍‌ ଫିଲ୍ଡର ସିମରନଜିତ ସିଂଙ୍କୁ ସାମିଲ କରାଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅଧିକ ଖେଳାଳିଙ୍କୁ ପ୍ରସ୍ତୁତ କରି ରଖିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ପକ୍ଷରୁ ଅନୁମତି ଦିଆଯାଇଛି। ଫଳରେ ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୧୬ ଜଣିଆ ଦଳ ଏବେ ୧୮ ଜଣିଆରେ ପରିଣତ ହୋଇଛି।
ଟୋକିଓ ୨୦୨୦ ପାଇଁ ଆଇଓସିର ସ୍ବତନ୍ତ୍ର ଗାଇଡ୍‌ଲାଇନ ଅନୁସାରେ ଅତିରିକ୍ତଭାବେ ଦଳରେ ସାମିଲ ହୋଇଥିବା ଖେଳାଳିମାନେ ପ୍ରତି ମ୍ୟାଚ ପାଇଁ ଖେଳାଳି ଚୟନ ସମୟରେ ଉପଲବ୍ଧ ହୋଇପାରିବେ। ସାଧାରଣତଃ ଅଲିମ୍ପିକ୍ସ ପାଇଁ ପ୍ରତି ଦଳରେ ୧୬ ଖେଳାଳିଙ୍କୁ ଅନୁମତି ମିଳିଥାଏ। ମାତ୍ର ଏଥର ମହାମାରୀକୁ ଆଖି ଆଗରେ ରଖି ଆଇଓସି ନିୟମରେ ପରିବର୍ତ୍ତନ କରି ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ସବୁ ଦଳରେ ଅତିରିକ୍ତ ୨ ଖେଳାଳିଙ୍କୁ ସାମିଲ ପାଇଁ ଅନୁମତି ଦେଇଛି। ହକି, ଫୁଟ୍‌ବଲ, ହ୍ୟାଣ୍ଡବଲ, ରଗ୍‌ବୀ ଓ ଓ୍ବାଟରପୋଲୋ କ୍ରୀଡ଼ାରେ ବଦଳ ଖେଳାଳିଙ୍କୁ ଆଇଓସି ସବୁଜ ସଙ୍କେତ ଦେଖାଇଛି। ପୂର୍ବ ଅଲିମ୍ପିକ୍ସଗୁଡ଼ିକରେ ଦଳ ସହ ଯାତ୍ରା କରିଥିବା ଷ୍ଟାଣ୍ଡବାଇ ଖେଳାଳିମାନେ ୧୬ ଜଣିଆ ଦଳରୁ କେହି ଆହତ ହେଲେ ସୁଯୋଗ ପାଇଥାନ୍ତି। ଆଇଓସି ଏଥର ୧୮ ଜଣିଆ ଖେଳାଳିଙ୍କୁ ଅନୁମତି ଦେଇଥିଲେ ହେଁ ମ୍ୟାଚ ପାଇଁ ୧୬ ଖେଳାଳିଙ୍କ ତାଲିକା ହିଁ ଦିଆଯାଇ ପାରିବ। ବରୁଣ, ସିମରନଜିତ ଓ ରୀନା ଏଥର ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଥିବାବେଳେ ନମିତାଙ୍କ ପାଇଁ ଏହା ଦ୍ୱିତୀୟ ଅଲିମ୍ପିକ୍ସ ହେବ। ଦୀର୍ଘ ୩୬ ବର୍ଷ ବ୍ୟବଧାନରେ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଦଳର ସେ ସଦସ୍ୟା ଥିଲେ। ଡ୍ରାଗ୍‌ଫ୍ଲିକର ବରୁଣ ୨୦୧୬ ଜୁନିୟର ବିଶ୍ୱକପ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିଲେ। ପେନାଲ୍ଟି କର୍ନର ସମୟରେ ହରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ଅମିତ ରୋହିଦାସଙ୍କ ସହିତ ବରୁଣ ଦଳକୁ ସହାୟକ ହୋଇପାରିବେ। ସିମରନଜିତ ସିଂଙ୍କ ଉପସ୍ଥିତି ଭାରତୀୟ ମିଡ୍‌ଫିଲ୍ଡ ବିଭାଗକୁ ଦୃଢ଼ କରିବ। ଜଳନ୍ଧରସ୍ଥିତ ସୁରଜିତ ସିଂ ହକି ଏକାଡେମୀରେ ପ୍ରଶିକ୍ଷଣପ୍ରାପ୍ତ ସିମରନଜିତ ମଧ୍ୟ ୨୦୧୬ ଜୁନିୟର ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri