ଅଲଗା ହେବେ ଆମିର-ସଞ୍ଜିଦା !

ବମ୍ବେ: ସୋସିଆଲ ମିଡିଆରେ ଅଭିନେତା ତଥା ଅଭିନେତ୍ରୀମାନଙ୍କର ଜୀବନ ଯେତିକି ରଙ୍ଗିନ ନଜର ଆସିଥାଏ, ବାସ୍ତବ ଜୀବନରେ କିନ୍ତୁ ତାହାର ଓଲଟା ଦେଖିବାକୁ ମିଳେ। ସେଭଳି କିଛି ଦେଖିବାକୁ ମିଳୁଛି ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ସଞ୍ଜିଦା ଶେଖ୍‌-ଆମିର ଅଲ୍ଲୀଙ୍କ କ୍ଷେତ୍ରରେ। ଉଭୟଙ୍କୁ ପାଓ୍ବାର କପଲ୍‌ ବୋଲି ପ୍ରଶଂସକ ଭାବିଥାନ୍ତି। ଅନେକ ସମୟରେ ଉଭୟଙ୍କ ସମ୍ପର୍କ ଚର୍ଚ୍ଚାର ପରିସରକୁ ଆସିଥାଏ। ହେଲେ ଏବେ ସମ୍ପର୍କରେ ତିକ୍ତତା ଆସିସାରିଛି। ଏପରିକି ସେମାନେ ପରସ୍ପରଠାରୁ ଅଲଗା ରହୁଛନ୍ତି। ଏଣୁ ଉଭୟେ ଖୁବ୍‌ଶୀଘ୍ର ସମ୍ପର୍କ ତୁଟାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।

୨୦୧୨ରେ ଆମିରଙ୍କୁ ବିବାହ କରିଥିଲେ ସଞ୍ଜିଦା। ବିବାହକୁ ଇତି ମଧ୍ୟରେ ସାତ ବର୍ଷରୁ ଅଧିକ ସମୟ ବିତିଲାଣି। ହେଲେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିଲା। କିଛି ଦିନ ତଳେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଛି। ଫଳରେ ସେମାନେ ଅଲଗା ହେବାକୁ ଚାହୁଁଥିବା ଶୁଣିବାକୁ ମିଳୁଛି। ହେଲେ ଉଭୟ ଏ ନେଇ ମୁହଁ ଖୋଲିନାହାନ୍ତି।

Share