ଅର୍‌ମାନଙ୍କ ରିସେପ୍‌ସନ ପାର୍ଟିରେ ମଲାଇକା, ଅର୍ଜୁନ

କରିନା- କରିସ୍ମାଙ୍କ ସମ୍ପର୍କୀୟ ଭାଇ ଅରମାନ ଜୈନଙ୍କ ରିସେପ୍‌ସନ ପାର୍ଟିରେ ବହୁ ନାମୀଦାମୀ ଅତିଥି ଯୋଗ ଦେଇଥିଲେ। ମାତ୍ର ପାର୍ଟିରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ମଲାଇକା ଏବଂ ଅର୍ଜୁନ। ସମସ୍ତ ଅତିଥିଙ୍କ ନଜର ଥିଲା ଏହି ଯୋଡ଼ିଙ୍କ ଉପରେ। ଫଟୋଗ୍ରାଫରମାନେ ମଧ୍ୟ ଫଟୋ ନେବାକୁ ଲାଇନ୍‌ ଲଗାଇଥିଲେ। କ୍ୟାମେରାମ୍ୟାନ୍‌ଙ୍କୁ ଦେଖି ଦୁଇଜଣ ଜବରଦସ୍ତ ପୋଜ୍‌ ଦେଇଥିଲେ। ମଲାଇକା ଏକ ଲାଲ୍‌ ରଙ୍ଗର ଷ୍ଟାଇଲିଶ୍‌ ଶାଢ଼ି ପିନ୍ଧି ଖୁବ୍‌ ଆକର୍ଷଣୀୟା ଲାଗୁଥିଲେ। ସେ ପିନ୍ଧିଥିବା ନେକ୍‌ଲେସ ତାଙ୍କୁ ବେଶ୍‌ ମାନୁଥିଲା। ଅର୍ଜୁନ ଏକ ସବୁଜ ରଙ୍ଗର ଶେର୍‌ଓ୍ବାନି ପିନ୍ଧିଥିଲେ। ପାର୍ଟିରେ ଦୁଇଜଣ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

Share