ଅର୍ଶ ସମସ୍ୟା ଦୂରକରେ ବାସି ଭାତ

ଭାତ ବଳିଗଲେ ବା ବାସି ହୋଇଗଲେ ଏହାକୁ ଅନେକ ଲୋକ ଫୋପାଡି ଦେଇଥାଆନ୍ତି। ହେଲେ ଏହା ଶରୀର ପାଇଁ ବେଶ୍‌ ଉପକାରୀ ବୋଲି ଗବେଷକମାନେ ମତ ଦେଇଛନ୍ତି। ବାସି ଭାତ ଖାଇବାର ପ୍ରଣାଳୀ ଜାଣି ରଖିଲେ ଏହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେଣୁ ବାସି ଭାତକୁ ପ୍ରଥମେ ଏକ ମାଟି ପାତ୍ରରେ ସାରା ରାତି ପାଣିରେ ଭିଜାଇ ରଖିବା ପରେ ସକାଳୁ ପିଆଜ ସହ ଏହାକୁ ଖାଇଲେ ଲାଭ ମିଳିଥାଏ।
-ଅର୍ଶ ସମସ୍ୟା ଥିବା ବ୍ୟକ୍ତି ସପ୍ତାହକୁ ୩ ଥର ସକାଳ ଜଳଖିଆ ପରିବର୍ତ୍ତେ ବାସିଭାତ ଖାଇଲେ ଏହା ଠିକ୍‌ ହୋଇଥାଏ।
-ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ଏହା କୋଷ୍ଠ କାଠିନ୍ୟ ପାଇଁ ଭଲ କାମ କରେ।
-ଏହା ନିୟମିତ ଖାଇଲେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ।
-ଯେଉଁମାନଙ୍କର ଚା’ ଅବା କଫି ଅଭ୍ୟାସ ରହିଛି ଏଥିରୁ ଦୂରେଇ ରହିବାକୁ ଚାହୁଁଥିଲେ ନିୟମିତ ଭାବେ ସକାଳୁ ବାସି ଭାତ ଖାଇଲେ ଏହି ଅଭ୍ୟାସ ଛାଡି ଯାଇଥାଏ।

Share