ଅର୍ଶ ଭଲ କରେ ପିଜୁଳି

ପିଜୁଳିକୁ ହିନ୍ଦୀରେ ଅମୃଦ୍‌ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ।
-କୋଷ୍ଠ କାଠିନ୍ୟ ହେଉଥିଲେ ନିୟମିତ ପିଜୁଳି ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ।
-ପିଜୁଳି ନିୟମିତ ଭାବେ ଖାଇଲେ ରକ୍ତଚାପ ଓ କୋଲେଷ୍ଟରଲ ନିୟନ୍ତ୍ରଣରେ ରହିଥାଏ।
-ସକାଳୁ ଖାଲି ପେଟରେ ପିଜୁଳି ଖାଇଲେ ଅର୍ଶରୋଗ ଭଲ ହୋଇଥାଏ।
-ଏଥିରେ ରହିଛି ପ୍ରଚୁର ପରିମାଣରେ ଆଇରନ୍‌। ନିୟମିତ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତହୀନତା ଦୂର ହୋଇଥାଏ।
-ପିଜୁଳି ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
-ସେଓ ରସ ସହ ପିଜୁଳି ରସ ମିଶାଇ ପିଇଲେ ମ୍ୟାଲେରିଆ ଜ୍ୱରରୁ ଆରାମ ମିଳିଥାଏ।
-ନିୟମିତ ଗୋଟିଏ ପିଜୁଳି ଖାଇଲେ ଶରୀର ଅନେକ ଛୋଟମୋଟ ରୋଗଠାରୁ ଦୂରେଇ ରହିଥାଏ।

Share