ଅର୍ଶ, ପେଟ ଦରଜ ଦୂର କରେ ଡାଳିମ୍ବ ଚୋପା

ସାଧାରଣତଃ ଆମେ ଫଳ ଖାଇସାରିବା ପରେ ଏହାର ଚୋପା ଫିଙ୍ଗି ଦେଇଥାଉ। ଯେଉଁଥିରେ କି ଔଷଧୀୟ ଗୁଣ ଭରି ରହିଥାଏ। ଏହି ଯେମିତି ଡାଳିମ୍ବ ଖାଇ ଆମେ ଚୋପା ଫିଙ୍ଗି ଦେଉ। କିନ୍ତୁ ଡାଳିମ୍ବ ଚୋପାରେ ଅନେକ ଔଷଧୀୟ ଗୁଣ ରହିଛି। ଯାହାକୁ ଖାଇଲେ ଅର୍ଶ, ଅନିୟମିତ ଋତୁସ୍ରାବ ଏବଂ ପେଟ ଦରଜ ପରି ସମସ୍ୟା ଦୂର ହୋଇଥାଏ।


ଅର୍ଶ : ଡାଳିମ୍ବ ଚୋପାକୁ ଶୁଖାଇ ଏହାକୁ ଗୁଣ୍ଡ କରି ଚାମୁଚେ ପାଣିରେ ମିଶାଇ ପିଇଲେ ଅର୍ଶରୋଗ ଭଲ ହୋଇଥାଏ। ୪ ଭାଗ ଡାଳିମ୍ବ ଚୋପା ଗୁଣ୍ଡରେ ୮ ଭାଗ ଗୁଡ଼ ମିଶାଇ ଗୁଳା କରି ନିଇନ୍ତୁ। ଏହି ଗୁଳାକୁ ନିୟମିତ ଭାବରେ କିଛିଦିନ ଖାଆନ୍ତୁ। ଅର୍ଶରୋଗରୁ ମୁକ୍ତି ପାଇବେ।


ଅନିୟମିତ ଋତୁସ୍ରାବ : ଯେଉଁ ମହିଳାଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଦେଉଥାଏ ସେମାନେ ଡାଳିମ୍ବ ଚୋପାକୁ ଶୁଖାଇ ଏହାର ଗୁଣ୍ଡକୁ ପାଣିରେ ମିଶାଇ ସେବନ କଲେ ଲାଭ ମିଳିଥାଏ। ଋତୁସ୍ରାବ ଜନିତ ହେଉଥିବା ପେଟ ଦରଜ ମଧ୍ୟ କମିଥାଏ। ଡାଳିମ୍ବ ଚୋପାର ଗୁଣ୍ଡକୁ ଦହି ସହ ମିଶାଇ ମୁଣ୍ଡରେ ଲଗାଇଲେ କେଶ ନରମ ହେବା ସହ ଚମକ ଆସିଥାଏ।