ଅର୍ଶରୋଗୀଙ୍କୁ ଏସବୁ ଖାଇବା ମନା

ପାଚନତନ୍ତ୍ରରେ ହେଉଥିବା ସମସ୍ୟା ନେଇ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉ ଥିବା ବେଳେ କୋଷ୍ଠକାଠିନ୍ୟ ବା ମଳତ୍ୟାଗ ସମୟରେ କଷ୍ଟ ହୋଇଥାଏ। ଏ ନେଇ ଅର୍ଶ ସମସ୍ୟା ଦେଖାଯାଇଥାଏ। ତେଣୁ ଏ ନେଇ ବିଶେଷ ଭାବେ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।

ଅର୍ଶରୋଗର କାରଣ:
କୋଷ୍ଠକାଠିନ୍ୟ
ଗୋଟିଏ ସ୍ଥାନରେ ଅନେକ ସମୟ ବସି ରହିବା କିମ୍ବା ଛିଡ଼ା ହୋଇ ରହିବା।
ମେଦ ବହୁଳତା
ଫାଇବର କମ୍‌
ଅନୁବଂଶୀୟ ଗୁଣ

ଅର୍ଶ ସମସ୍ୟା ହୋଇଥିଲେ କ’ଣ ଖାଇବା ଉଚିତ୍‌ ନୁହେଁ:

ଫାଷ୍ଟଫୁଡ୍‌:
ଫାଷ୍ଟଫୁଡ୍‌ ଠାରୁ ନିଜକୁ ଦୂରେଇ ରଖନ୍ତୁ। ଏହି ରୋଗୀ ପାଇଁ ଫାଷ୍ଟଫୁଡ୍‌ ଆଦୌ ଭଲ ହୋଇ ନ ଥାଏ।

ଲଙ୍କା:
ଅର୍ଶରୋଗୀ କଞ୍ଚା କିମ୍ବା ଶୁଖିଲା ଲଙ୍କା ଖାଇବା ଅନୁଚିତ।

ବାହାର ଖାଦ୍ୟ:
ତେଲ, ମସଲାଜାତୀୟ ଖାଦ୍ୟଠାରୁ ଅର୍ଶରୋଗୀମାନେ ଦୂରେଇ ରହିବା ଉଚିତ୍‌।