Categories: ଖେଳ

ଅର୍ଦ୍ଧଶତକ ହାସଲ ପରେ ଏହି ଖେଳାଳିଙ୍କ ଚାଲିଗଲା ଜୀବନ

ହାଇଦ୍ରାବାଦ,୧୯।୧୧: ହାଇଦ୍ରାବାଦ୍‌ରେ କ୍ଲବ କ୍ରିକେଟ ମ୍ୟାଚ୍‌ ଚାଲିତତ୍ବାବେଳେ ଏକ ଅଘଟଣା ଘଟିଛି। ବ୍ୟାଟ୍‌ କି ବଲ୍‌ ବାଜି ନୁହେଁ, ଜଣେ ଖେଲାଳିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ବୀରେନ୍ଦ୍ର ନାଏକ। ଏ-୩ ଡିଭିଜନ ଦିନିକିଆ ଲିଗ ମ୍ୟାଚରେ ମରେଡପଲ୍ଲୀ ବ୍ଲୁଜ ବିପକ୍ଷରେ ସେ ଅର୍ଦ୍ଧଶତକ ମାରି ଆଉଟ ହୋଇଥିଲେ। ଏହା ପରେ ସେ ପ୍ୟାଭିଲିୟନ ଫେରିଥିଲେ, ଡ୍ରେସିଂ ରୁମ୍‌ରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ୪୧ ବର୍ଷୀୟ ବୀରେନ୍ଦ୍ର ୬୬ ରନର ଇନିଂସ ଖେଳି କ୍ୟାଚ୍‌ ଆଉଟ୍‌ ହୋଇଥିଲେ ମଧ୍ୟ ବଲ ତାଙ୍କ ବ୍ୟାଟକୁ ସ୍ପର୍ଶ କରି ନ ଥିଲା ବୋଲି ସେ କହିଥିଲେ। କିନ୍ତୁ ଅମ୍ପାୟାର ତାଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ଆଉଟ୍‌ ହେବାପରେ ଡ୍ରେସିଂ ରୁମ୍‌ରେ ହଠାତ୍‌ ତାଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇଯାଇଥିଲା ଏବଂ ସେ ତଳେ ପଡି ଯାଇଥିଲେ। ପରେ ସାଥୀ ଖେଳାଳି ତାଙ୍କୁ କାର ଯୋଗେ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ହୃଦ୍‌ଘାତରେ ହୋଇଥିବା କୁହାଯାଉଛି।

Share