ଅର୍ଥ ଥାଇ ହୋଇପାରିନି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌

କଟକ ଅଫିସ,୧୯ା୭: ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏସ୍‌ସିବି ମେଡିକାଲକୁ ଆସିଥିବା ଲିଭର୍‌ ରୋଗୀମାନଙ୍କ ମଧ୍ୟରୁ ୧୧୯୬ ଜଣଙ୍କ ଲିଭର ପ୍ରତିରୋପଣ (ଲିଭର ଟ୍ରାନ୍ସପ୍ଲାଣ୍ଟ)ର ଆବଶ୍ୟକତା ଥିବା ଜଣାପଡ଼ିଛି। ବର୍ଷଓ୍ବାରୀ ଦେଖିଲେ ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କାରଣ ୨୦୧୬-୧୭ରେ ୩୫୨ ଜଣ ରୋଗୀଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ଥିବାବେଳେ ୨୦୧୭-୧୮ରେ ୩୮୨ ଓ ୨୦୧୮-୧୯ରେ ଏହି ସଂଖ୍ୟା ୪୬୨ ରହିଛି। ଏହି ରୋଗୀମାନେ ମଦ୍ୟପାନ, ହେପାଟାଇଟିସ୍‌ ବି ଓ ହେପାଟାଇଟିସ ସି ଦ୍ୱାରା ଆକ୍ରାନ୍ତ ହେବାରୁ ଏମାନଙ୍କ ଲିଭର୍‌ ଖରାପ ହୋଇଛି। ରୋଗୀମାନଙ୍କ ମଧ୍ୟରେ ମଦ୍ୟପାନ ଦ୍ୱାରା ୨୫୧୦ ଜଣଙ୍କ ଲିଭର୍‌ ଖରାପ ହୋଇଥିବାବେଳେ ହେପାଟାଇଟିସ୍‌ ବି ଦ୍ୱାରା ୨୫୩ ଓ ହେପାଟାଇଟିସ୍‌ ସି ଦ୍ୱାରା ୬୪ ଜଣଙ୍କ ଲିଭର୍‌ ଖରାପ ହୋଇଥିବା ଜଣାପଡ଼ିଛି। ମୁଖ୍ୟ କଥା ହେଉଛି ଏ ସମସ୍ତ ରୋଗୀ ଆର୍ଥିକ ଅନଗ୍ରସର ଶ୍ରେଣୀର। ତେଣୁ ଏମାନଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ରାଜ୍ୟ ସରକାର ପାଣ୍ଠି ଯୋଗାଇଦେବାକୁ ଏସ୍‌ସିବି ମେଡିକାଲ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ତେବେ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ଓଡ଼ିଶାରେ କୌଣସି ବ୍ୟବସ୍ଥା ନାହିଁ। ଦେଶରେ ଥିବା ବଡ଼ ବଡ଼ କର୍ପୋରେଟ ହସ୍ପିଟାଲଗୁଡିକରେ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅତିକମ୍‌ରେ ୩୦ରୁ ୩୫ ଲକ୍ଷ ଟଙ୍କା ଆବଶ୍ୟକ ପଡ଼ୁଥିବା ଜଣାପଡ଼ିଛି। ୩ ବର୍ଷ ମଧ୍ୟରେ ୧୧୯୬ ଜଣ ଆର୍ଥିକ ଅନଗ୍ରସର ଶ୍ରେଣୀର ରୋଗୀଙ୍କ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକତା ପଡ଼ିଥିବା ଏସ୍‌ସିବି ମେଡିକାଲ ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଇଛି। ତେବେ ଏମାନଙ୍କ ମଧ୍ୟରୁ କେତେଜଣ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି ଆଉ କେତେଜଣ ଟ୍ରାନ୍ସପ୍ଲାଣ୍ଟ କରି ନ ପାରି ମୃତ୍ୟୁବରଣ କରିଛନ୍ତି ତାହାର କୌଣସି ତଥ୍ୟ ମେଡିକାଲରେ ଉପଲବ୍ଧ ନାହିଁ। କିନ୍ତୁ ଏହି କ୍ରମରେ ଏସ୍‌ସିବି ମେଡିକାଲରେ ପ୍ରସ୍ତାବିତ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ କଥାକୁ ଦେଖିଲେ ସରକାରଙ୍କ ବଡ଼ ଧରଣର ବିଫଳତା ସାମ୍ନାକୁ ଆସିଛି। ୨୦୧୩ରେ ଏସ୍‌ସିବି ମେଡିକାଲରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସରକାର ବ୍ୟବସ୍ଥା କରିଥିଲେ। ଏଥିପାଇଁ ୨୨ କୋଟି ଟଙ୍କାର ବଜେଟ୍‌ ମଧ୍ୟ ସରକାର ଯୋଗାଇ ଦେଇଥିଲେ। ଏହି ଟଙ୍କାରେ ମଡ୍ୟୁଲାର ଓଟି, ଟ୍ରାନ୍ସପ୍ଲାଣ୍ଟ ପାଇଁ ଯନ୍ତ୍ରାଂଶ କିଣାଯାଇଥିଲା। ଏସ୍‌ସିବି ମେଡିକାଲର ଡାକ୍ତର ଏବଂ ପାରାମେଡିକାଲ ଟିମ୍‌ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲକୁ ଯାଇ ତାଲିମ ନେଇ ଫେରିଥିଲେ। ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପାଇଁ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ହେପାଟୋଲୋଜି, ନିଶ୍ଚେତନା ବିଭାଗ ଓ ରେଡିଓଲୋଜି ବିଭାଗକୁ ନେଇ ଏକ କୋର୍‌ ଗ୍ରୁପ ପ୍ରସ୍ତୁତ କରାଯାଇଥିଲା। ଏଥିନିମନ୍ତେ ବହୁବାର ବୈଠକ ମଧ୍ୟ ସରକାରୀ ସ୍ତରରେ ବସିଛି। ୨୦୧୮ ଜାନୁୟାରୀରେ ହାଇଦ୍ରାବାଦସ୍ଥିତ ନିଜାମ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡା. ଟମ୍‌ ଚେରିଆନ ଓଡ଼ିଶା ଆସି ସରକାରଙ୍କ ସହିତ ଏ ନେଇ ଆଲୋଚନା କରିଥିଲେ। ଡା. ଚେରିଆନ ମଧ୍ୟ ଏସ୍‌ସିବି ମେଡିକାଲ ବୁଲି ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ଚେରିଆନଙ୍କ ତତ୍ତ୍ୱାବଧାନରେ ଏସ୍‌ସିବି ମେଡିକାଲରେ ଖୁବ୍‌ଶୀଘ୍ର ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ କାର୍ଯ୍ୟକ୍ଷମ ହେବ ବୋଲି ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଥିଲେ। ମାତ୍ର ଅଦ୍ୟାବଧି ଏହି ୟୁନିଟ୍‌ ଏସ୍‌ସିବି ମେଡିକାଲରେ ଆରମ୍ଭ କରାଯାଇ ପାରିନାହିଁ। ଅନ୍ୟପକ୍ଷରେ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପାଇଁ କିଣାଯାଇଥିବା ବହୁ କୋଟି ଟଙ୍କାର ଯନ୍ତ୍ରାଂଶ ଇତିମଧ୍ୟରେ ଅଚଳ ହୋଇଯାଇଥିବା ଭିତିରି ସୂତ୍ରରୁ ଜଣାପଡ଼ିଛି। ଏସ୍‌ସିବି ଲିଭର୍‌ ଓ ପୀତକୋଷ ବିଭାଗର ମୁଖ୍ୟ ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ରଙ୍କ କହିବାନୁଯାୟୀ, ଏସ୍‌ସିବିକୁ ଆସୁଥିବା ୧୦୦ ଜଣ ଲିଭର୍‌ ରୋଗୀଙ୍କ ମଧ୍ୟରୁ ୬୦ ଜଣଙ୍କର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକତା ପଡ଼ୁଛି। କାରଣ ଏହି ରୋଗୀମାନେ ଶେଷ ସମୟରେ ଏସ୍‌ସିବିକୁ ଆସୁଥିବାରୁ ସମସ୍ୟା ଉପୁଜୁଛି। ଏ ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପାଇଁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଖୁବ୍‌ଶୀଘ୍ର ଏହି ୟୁନିଟ୍‌ ଏସ୍‌ସିବି ମେଡିକାଲରେ ଆରମ୍ଭ କରାଯିବ। ସୂଚନାଥାଉ କି, ଶୁକ୍ରବାର ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ସମ୍ପର୍କରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri