ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉତ୍ତର: ଦେଶରେ ନାହିଁ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୮-୧୧: ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ହୋଇଥାଇପାରେ ମାତ୍ର ଦେଶ ଉପରେ ମାନ୍ଦାବସ୍ଥାର ବିପଦ ନ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର କହିଛନ୍ତି। ରାଜ୍ୟ ସଭାରେ ଅର୍ଥନୀତିରେ ମାନ୍ଦାବସ୍ଥା ଉପରେ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ୟୁପିଏ ସରକାର-୨ର (୨୦୦୯ଠାରୁ ୨୦୧୪) ଏବଂ ଏନ୍‌ଡିଏର ୨୦୧୪-୧୯ ମଧ୍ୟରେ ବିଭିନ୍ନ ଡାଟାକୁ ତୁଳନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ସମୟରେ ଦେଶରେ ମୁଦ୍ରାସ୍ଫୀତି କମ୍‌ ରହିଥିବା ବେଳେ ଅଭିବୃଦ୍ଧି ହାର ଅଧିକ ରହିଛି ବୋଲି ସେ ଉତ୍ତର ରଖିଛନ୍ତି।
ସେ କହିଛନ୍ତି, ୨୦୦୯-୧୪ ମଧ୍ୟରେ ଭାରତକୁ ୧୮୯.୫ ବିଲିୟନ ଡଲାରର ବିଦେଶୀ ପୁଞ୍ଜି ଆସିଛି। ଏହା ଏନ୍‌ଡିଏର ପ୍ରଥମ ପାଳିରେ ୨୮୯.୯ ବିଲିୟନ ଡଲାର ରହିଛି। ଗତପାଞ୍ଚ ବର୍ଷ ସମୟ ମଧ୍ୟରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୪୧୪.୬ ବିଲିୟନ ଡଲାରକୁ ବଢିଛି। ଏହା ୟୁପିଏ ସମୟରେ ୩୦୪.୨ ବିଲିୟନ ଡଲାର ଥିଲା। ଅର୍ଥନୈତିକ ଅଭିବୃଦ୍ଧି ଏହି ସମୟରେ କମି ଥାଇ ପାରେ ମାତ୍ର ମାନ୍ଦାବସ୍ଥା ନାହିଁ। ଅପର ପକ୍ଷରେ ମାନ୍ଦାବସ୍ଥା ଆସିବାର ସମ୍ଭାବନା ମଧ୍ୟ ନ ଥିବା ସେ ସ୍ପଷ୍ଟ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୦୯ରୁ ୧୪ ମଧ୍ୟରେ ଜିଡିପି ଅଭିବୃଦ୍ଧି ୬.୪% ରହିଥିଲା। ଏହା ଗତ ପାଞ୍ଚବର୍ଷରେ ୭.୫% ରହିଛି। ଦ୍ୱୈତ ବାଲାନ୍ସ ସିଟ୍‌ ଯୋଗୁ ଅର୍ଥ ବ୍ୟବସ୍ଥାରେ ବିଭିନ୍ନ ସମସ୍ୟା ଦେଖାଦେଇଛି ବ୍ୟାଙ୍କଗୁଡିକରେ ବିଭିନ୍ନ ସମସ୍ୟା ଦେଖାଯିବା ଯୋଗୁ ଗତ ୨ ଆର୍ଥତ୍କ ବର୍ଷ ଧରି ଦେଶର ଜିଡ଼ିପି ଅଭିବୃଦ୍ଧି ହ୍ରାସ ଘଟିଛି। ଏଭଳି ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ବ୍ୟାଙ୍କଗୁଡିକ ସାରା ଦେଶରେ ଗ୍ରାହକ ସମ୍ପର୍କ ଅଭିଯାନ ଆୟୋଜନ କରିଛନ୍ତି। ଏଥିରେ ବ୍ୟାଙ୍କଗୁଡିକୁ ୨.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଋଣ ଯୋଗାଣ ଲାଗି ବ୍ୟାଙ୍କଗୁଡିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବା ଦ୍ୱାରା ଏହା ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ସହାୟକ ହେଉଛି। ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌ ଧୀରେ ଧୀରେ ସଫଳ ହେଉଛି। ଟିକସ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ସେ ଏଠାରେ ଗୁରୁତ୍ୱାରୋପ କରିଥିଲେ।

ରସାତଳକୁ ଯାଉଛି ଗ୍ରାମୀଣ ଭାରତ: କଂଗ୍ରେସ
ଦେଶର ଆର୍ଥତ୍କ ସ୍ଥିତିକୁ ନେଇ କଂଗ୍ରେସ ବୁଧବାର ସରକାରଙ୍କୁ ସମାଲୋଚନା କରିଛି। ଅର୍ଥନୀତି ରସାତଳକୁ ଯାଉଥିବା ବେଳେ ପ୍ରକୃତ ପରିସଂଖ୍ୟାନ ତଥ୍ୟ ଆଧାରରେ ଦେଶର ଅସୁବିଧାକୁ ସମାଧାନ କରିବା ଦିଗରେ ସରକାର ଜାଗ୍ରତ ହେବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ ମୁଖପାତ୍ର ରାଜୀବ ଗୌଡା କହିଛନ୍ତି ଯେ, କୃଷି କ୍ଷେତ୍ରରେ ଅନେକ ଅସୁବିଧା ରହିଛି। ସରକାର କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପ୍ରଦାନ କରିବା ଦିଗରେ ଅବହେଳା କରିଛନ୍ତି। ଏମ୍‌ଏସ୍‌ପି ମୋଦି ସରକାରଙ୍କ ସମୟରେ କମିଛି। ସରକାର ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ପ୍ରକୃତ ସମସ୍ୟା ସମାଧାନ କରିବା ଦିଗରେ ସହାୟକ ହେଉନାହିଁ। ମାସିକ ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ। ଏହା ବୃହତ୍‌ ବିତ୍ତୀୟ ନିଅଣ୍ଟକୁ ଡାକି ଆଣିବ। ରିଜର୍ଭ ବ୍ୟାଙ୍କଠାରୁ ସରକାର ବୃହତ୍ତ ପରିମାଣର ପାଣ୍ଠି ନେବା ସତ୍ତ୍ୱେ ବଜେଟ ଲକ୍ଷ୍ୟ ପୂରଣ କରିବାକୁ ସକ୍ଷମ ହେବେ ନାହିଁ ବୋଲି ଗୌଡା କହିଛନ୍ତି।

ଶ୍ୱେତପତ୍ର ଦାବି କଲେ ୟେଚୁରୀ
ଦେଶର ଆର୍ଥତ୍କ ସ୍ଥିତିକୁ ନେଇ ସରକାର ଏକ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସିପିଆଇ(ଏମ୍‌) ମହାସଚିବ ସୀତାରାମ ୟେଚୁରୀ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଚଳିତ ଆର୍ଥତ୍କ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୪.୭%କୁ ଖସିବ ନେଇ ଇଣ୍ଡିଆ ରେଟିଂ ଏବଂ ରିସର୍ଚ୍ଚ ପୂର୍ବାନୁମାନ କରିଛି। ତୃତୀୟ ତ୍ରୈମାସରେ ଦେଶର ବିକାଶ ହାର ଖସିବ। ଏହା ଯଦି ମାନ୍ଦାବସ୍ଥା ନୁହେଁ ତ କ’ଣ ବୋଲି ୟେଚୁରୀ ଯୁକ୍ତି ବାଢିଛନ୍ତି। ଏହା ଉପରେ ସରକାର ଶ୍ୱେତପତ୍ର ଆଣନ୍ତୁ ବୋଲି ୟେଚୁରୀ ଟୁଇଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri