ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉତ୍ତର: ଦେଶରେ ନାହିଁ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୮-୧୧: ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ହୋଇଥାଇପାରେ ମାତ୍ର ଦେଶ ଉପରେ ମାନ୍ଦାବସ୍ଥାର ବିପଦ ନ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର କହିଛନ୍ତି। ରାଜ୍ୟ ସଭାରେ ଅର୍ଥନୀତିରେ ମାନ୍ଦାବସ୍ଥା ଉପରେ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ୟୁପିଏ ସରକାର-୨ର (୨୦୦୯ଠାରୁ ୨୦୧୪) ଏବଂ ଏନ୍‌ଡିଏର ୨୦୧୪-୧୯ ମଧ୍ୟରେ ବିଭିନ୍ନ ଡାଟାକୁ ତୁଳନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ସମୟରେ ଦେଶରେ ମୁଦ୍ରାସ୍ଫୀତି କମ୍‌ ରହିଥିବା ବେଳେ ଅଭିବୃଦ୍ଧି ହାର ଅଧିକ ରହିଛି ବୋଲି ସେ ଉତ୍ତର ରଖିଛନ୍ତି।
ସେ କହିଛନ୍ତି, ୨୦୦୯-୧୪ ମଧ୍ୟରେ ଭାରତକୁ ୧୮୯.୫ ବିଲିୟନ ଡଲାରର ବିଦେଶୀ ପୁଞ୍ଜି ଆସିଛି। ଏହା ଏନ୍‌ଡିଏର ପ୍ରଥମ ପାଳିରେ ୨୮୯.୯ ବିଲିୟନ ଡଲାର ରହିଛି। ଗତପାଞ୍ଚ ବର୍ଷ ସମୟ ମଧ୍ୟରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୪୧୪.୬ ବିଲିୟନ ଡଲାରକୁ ବଢିଛି। ଏହା ୟୁପିଏ ସମୟରେ ୩୦୪.୨ ବିଲିୟନ ଡଲାର ଥିଲା। ଅର୍ଥନୈତିକ ଅଭିବୃଦ୍ଧି ଏହି ସମୟରେ କମି ଥାଇ ପାରେ ମାତ୍ର ମାନ୍ଦାବସ୍ଥା ନାହିଁ। ଅପର ପକ୍ଷରେ ମାନ୍ଦାବସ୍ଥା ଆସିବାର ସମ୍ଭାବନା ମଧ୍ୟ ନ ଥିବା ସେ ସ୍ପଷ୍ଟ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୦୯ରୁ ୧୪ ମଧ୍ୟରେ ଜିଡିପି ଅଭିବୃଦ୍ଧି ୬.୪% ରହିଥିଲା। ଏହା ଗତ ପାଞ୍ଚବର୍ଷରେ ୭.୫% ରହିଛି। ଦ୍ୱୈତ ବାଲାନ୍ସ ସିଟ୍‌ ଯୋଗୁ ଅର୍ଥ ବ୍ୟବସ୍ଥାରେ ବିଭିନ୍ନ ସମସ୍ୟା ଦେଖାଦେଇଛି ବ୍ୟାଙ୍କଗୁଡିକରେ ବିଭିନ୍ନ ସମସ୍ୟା ଦେଖାଯିବା ଯୋଗୁ ଗତ ୨ ଆର୍ଥତ୍କ ବର୍ଷ ଧରି ଦେଶର ଜିଡ଼ିପି ଅଭିବୃଦ୍ଧି ହ୍ରାସ ଘଟିଛି। ଏଭଳି ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ବ୍ୟାଙ୍କଗୁଡିକ ସାରା ଦେଶରେ ଗ୍ରାହକ ସମ୍ପର୍କ ଅଭିଯାନ ଆୟୋଜନ କରିଛନ୍ତି। ଏଥିରେ ବ୍ୟାଙ୍କଗୁଡିକୁ ୨.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଋଣ ଯୋଗାଣ ଲାଗି ବ୍ୟାଙ୍କଗୁଡିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବା ଦ୍ୱାରା ଏହା ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ସହାୟକ ହେଉଛି। ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌ ଧୀରେ ଧୀରେ ସଫଳ ହେଉଛି। ଟିକସ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ସେ ଏଠାରେ ଗୁରୁତ୍ୱାରୋପ କରିଥିଲେ।

ରସାତଳକୁ ଯାଉଛି ଗ୍ରାମୀଣ ଭାରତ: କଂଗ୍ରେସ
ଦେଶର ଆର୍ଥତ୍କ ସ୍ଥିତିକୁ ନେଇ କଂଗ୍ରେସ ବୁଧବାର ସରକାରଙ୍କୁ ସମାଲୋଚନା କରିଛି। ଅର୍ଥନୀତି ରସାତଳକୁ ଯାଉଥିବା ବେଳେ ପ୍ରକୃତ ପରିସଂଖ୍ୟାନ ତଥ୍ୟ ଆଧାରରେ ଦେଶର ଅସୁବିଧାକୁ ସମାଧାନ କରିବା ଦିଗରେ ସରକାର ଜାଗ୍ରତ ହେବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ ମୁଖପାତ୍ର ରାଜୀବ ଗୌଡା କହିଛନ୍ତି ଯେ, କୃଷି କ୍ଷେତ୍ରରେ ଅନେକ ଅସୁବିଧା ରହିଛି। ସରକାର କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପ୍ରଦାନ କରିବା ଦିଗରେ ଅବହେଳା କରିଛନ୍ତି। ଏମ୍‌ଏସ୍‌ପି ମୋଦି ସରକାରଙ୍କ ସମୟରେ କମିଛି। ସରକାର ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ପ୍ରକୃତ ସମସ୍ୟା ସମାଧାନ କରିବା ଦିଗରେ ସହାୟକ ହେଉନାହିଁ। ମାସିକ ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ। ଏହା ବୃହତ୍‌ ବିତ୍ତୀୟ ନିଅଣ୍ଟକୁ ଡାକି ଆଣିବ। ରିଜର୍ଭ ବ୍ୟାଙ୍କଠାରୁ ସରକାର ବୃହତ୍ତ ପରିମାଣର ପାଣ୍ଠି ନେବା ସତ୍ତ୍ୱେ ବଜେଟ ଲକ୍ଷ୍ୟ ପୂରଣ କରିବାକୁ ସକ୍ଷମ ହେବେ ନାହିଁ ବୋଲି ଗୌଡା କହିଛନ୍ତି।

ଶ୍ୱେତପତ୍ର ଦାବି କଲେ ୟେଚୁରୀ
ଦେଶର ଆର୍ଥତ୍କ ସ୍ଥିତିକୁ ନେଇ ସରକାର ଏକ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସିପିଆଇ(ଏମ୍‌) ମହାସଚିବ ସୀତାରାମ ୟେଚୁରୀ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଚଳିତ ଆର୍ଥତ୍କ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୪.୭%କୁ ଖସିବ ନେଇ ଇଣ୍ଡିଆ ରେଟିଂ ଏବଂ ରିସର୍ଚ୍ଚ ପୂର୍ବାନୁମାନ କରିଛି। ତୃତୀୟ ତ୍ରୈମାସରେ ଦେଶର ବିକାଶ ହାର ଖସିବ। ଏହା ଯଦି ମାନ୍ଦାବସ୍ଥା ନୁହେଁ ତ କ’ଣ ବୋଲି ୟେଚୁରୀ ଯୁକ୍ତି ବାଢିଛନ୍ତି। ଏହା ଉପରେ ସରକାର ଶ୍ୱେତପତ୍ର ଆଣନ୍ତୁ ବୋଲି ୟେଚୁରୀ ଟୁଇଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri