ଅର୍ଥନୀତି ସଜାଡ଼ିବା ପାଇଁ ବଡ଼ ପ୍ୟାକେଜ :ଚ୍ୟାଲେଞ୍ଜ ବି ଛୋଟ ନୁହେଁ

ନୂଆଦିଲ୍ଲୀ,୧୪ା୫- କରୋନା ଭାଇରସ୍‌ ସାରା ବିଶ୍ୱର ଅର୍ଥନୀତିକୁ ଚରିଦେଇଛି। ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଭଳି କଟକଣା ଜାରି କରାଯାଇଛି। ଏଥିଯୋଗୁ ଆର୍ଥିକ ଗତିବଧି ଏକପ୍ରକାର ଠପ୍‌ ହୋଇଯାଇଥିବାରୁ ଅର୍ଥନୀତି ଉପରେ କୋଭିଡ୍‌ର କୋରଡ଼ା ମାଡ଼ ପଡ଼ିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବଡ଼ଧରଣର ରିଲିଫ୍‌ ପ୍ୟାକେଜ ଘୋଷଣା କରିଛନ୍ତି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଘୋଷଣା କରାଯାଇଥିବା କେତେକ ପ୍ୟାକେଜ ସହ ଏହାକୁ ମିଶାଇଲେ ସମୁଦାୟ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା (୨୬୬ ବିଲିୟନ୍‌ ଡଲାର) ହେବ, ଯାହାକି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୦%। ଏହି ମେଗା ପ୍ୟାକେଜ କ୍ଷୁଦ୍ର ବ୍ୟବସାୟିକ ସଂସ୍ଥା ଓ ଘରୋଇ ମାନୁଫାକ୍‌ଚରିଂ କ୍ଷେତ୍ରକୁ ବଳ ପ୍ରଦାନ ପୂର୍ବକ ଦେଶକୁ ଆମତ୍ନିର୍ଭରଶୀଳ କରିବ। ଏହାସହ ଭାରତର ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବାରେ ସହାୟକ ହେବ ବୋଲି ମନେକରାଯାଉଛି। ତେବେ କରୋନା ଭାଇରସ୍‌ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କୌଣସି ରାଷ୍ଟ୍ର ଅଦ୍ୟାବଧି ଏତେ ବିପୁଳ ପରିମାଣର ଆର୍ଥିକ ପ୍ୟାକେଜ ଘୋଷଣା କରିନାହାନ୍ତି। ଭାରତରେ ଘୋଷଣା କରାଯାଇଥିବା ଏହି ଅର୍ଥରାଶିକୁ ବିଶ୍ୱର ବଡ଼ ପ୍ୟାକେଜଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ତେବେ ପୂର୍ବ ଘୋଷଣାଗୁଡ଼ିକୁ ଦେଖିଲେ ସେସବୁ ଠିକ୍‌ ଭାବେ ଫଳ ଦେଉଥିବା ଜଣାପଡ଼ୁନାହିଁ। ଏବେ ଗରିବ, ଦାଦନ ଶ୍ରମିକ ଓ ଅନ୍ୟ ଅଣସଙ୍ଗଠିତ କ୍ଷେତ୍ରର କର୍ମଜୀବୀଙ୍କ ପାଇଁ ବ୍ୟବସ୍ଥା କରାଯାଇ ନ ଥିବାରୁ ବଡ଼ ପ୍ୟାକେଜ ସତ୍ତ୍ୱେ ଅର୍ଥନୀତି ସଜାଡ଼ିବା ପାଇଁ ଚ୍ୟାଲେଞ୍ଜ ବି କିଛି କମ୍‌ ନୁହେଁ।
ମିଳିଥିବା ସୂଚନାନୁସାରେ ଆମେରିକା ପକ୍ଷରୁ ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ ହେଉଛି ତା’ ଜିଡିପିର ୧୩%। ସେହିପରି ଜାପାନ ନିଜ ଜିଡିପିର ୨୧%ରୁ ଊର୍ଦ୍ଧ୍ୱ ପରିମାଣର ପ୍ୟାକେଜ ଘୋଷଣା କରିଛି। ଭାରତର ୨୦ ଲକ୍ଷ କୋଟିର ପ୍ୟାକେଜରେ ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଏବଂ ଗରିବ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମାର୍ଚ୍ଚରେ ଘୋଷଣା କରାଯାଇଥିବା ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅନ୍ତର୍ଭୁକ୍ତ। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଲିକ୍ୱିଡିଟି ପଦକ୍ଷେପ ଓ ସୁଧହାର ହ୍ରାସ ମଧ୍ୟ ଏଥିରେ ସାମିଲ ରହିଛି। ମାର୍ଚ୍ଚ ମାସର ପ୍ରୋତ୍ସାହନ ଜିଡିପିର ୦.୮% ହୋଇଥିବାବେଳେ ଆର୍‌ବିଆଇର ସୁଧହାର ହ୍ରାସ ଓ ଲିକ୍ୱିଡିଟି ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପକୁ ମିଶାଇ ଏହା ୩.୨% (୬.୫ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚତ୍ଥିଲା। ପ୍ରଧାନମନ୍ତ୍ରୀ ସଦ୍ୟ ଘୋଷଣା କରିଥିବା ପ୍ୟାକେଜରୁ କେଉଁ କ୍ଷେତ୍ରକୁ କେତେ ମିଳିବ ତାହା ସ୍ପଷ୍ଟ କରି ନ ଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏନେଇ ବୁଧବାର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ତେବେ ପୂର୍ବ ଘୋଷଣାକୁ ବାଦ୍‌ ଦେଲେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆର୍ଥତ୍କ ପ୍ୟାକେଜର ଅତିରିକ୍ତ ପରିମାଣ ହେଉଛି ୧୨ ଲକ୍ଷ କୋଟି ଟଙ୍କା।
ଆକଳନ ଅନୁସାରେ ଲକ୍‌ଡାଉନ୍‌ ଯୋଗୁ ଏପ୍ରିଲରେ ୧୨.୨ କୋଟି ଲୋକ ନିଯୁକ୍ତି ହରାଇଛନ୍ତି। ସମୟକ୍ରମେ ଏହି ବେରୋଜଗାରି ହାର ବଢ଼ିବାରେ ଲାଗିଛି। ତେଣୁ ଭାରତର ଆମତ୍ନିର୍ଭରଶୀଳତା ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଜନସଂଖ୍ୟାର ପରିସଂଖ୍ୟାନ ଓ ଚାହିଦା (୫ଟି ସ୍ତମ୍ଭ) ଉପରେ ଛିଡ଼ା ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଏହି ଅର୍ଥର ବିନିଯୋଗ କରି ଦେଶକୁ ପୁଣିଥରେ ଛିଡ଼ା କରାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri