ଅର୍ଥନୀତିରେ ନୋବେଲ

ଷ୍ଟକହୋମ,୧୪।୧୦: ଅର୍ଥନୀତି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୧୯ର ନୋବେଲ ବିଜେତାଙ୍କନାମ ଘୋଷଣା କରାଯାଇଛି। ଏହି ୩ ଜଣ ନୋବେଲ ବିଜେତାଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳ ବାସିନ୍ଦା ଅଭିଜିତ ବାନାର୍ଜୀ ଥିବା ବେଳେ ଫ୍ରାନ୍ସ ଜନ୍ମିତ ଆମେରିକାନ ଇସ୍ଥର ଡଫଲୋ ଓ ଅନ୍ୟଜଣେ ହେଉଛନ୍ତି ଆମେରିକାର ମିଖାଇଲ କ୍ରେମର। ସ୍ବଦେଶୀ ଏକାଡେମୀ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି। “their experimental approach to alleviating global poverty,” ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି।

Share