Posted inଖେଳ

ଅର୍ଜୁନ ପୁରସ୍କାର: ଦୂତୀଙ୍କ ନାମ ସୁପାରିସ କଲା ଏଏଫ୍‌ଆଇ

ଭୁବନେଶ୍ୱର, ୪।୬(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ଅନୁଷ୍ଠାନିକଭାବେ ଅର୍ଜୁନ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। କିଛିଦିନ ପୂର୍ବରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଦୂତୀଙ୍କ ନାମ ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫଆଇ) ନିକଟକୁ ପଠାଇଥିଲା। ବୁଧବାର ଏଏଫ୍‌ଆଇ ଏହି ଜାତୀୟ ରେକର୍ଡଧାରିଣୀଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ଗତବର୍ଷ କ୍ରୀଡ଼ା ବିଭାଗ ପକ୍ଷରୁ ନାମ ପଠାଇବାରେ ବିଳମ୍ବ ହୋଇଥିବାରୁ ଦୂତୀ ଅର୍ଜୁନ ପୁରସ୍କାରରୁ ବଞ୍ଚତ୍ତ ହୋଇଥିଲେ। ଏଥର କିନ୍ତୁ ଏହି ଓଡ଼ିଆ ଧାବିକା ପୁରସ୍କାର ପାଇବା ଯଥେଷ୍ଟ ସମ୍ଭାବନା ରହିଛି। ଦୂତୀଙ୍କ ବ୍ୟତୀତ ଏଏଫଆଇ ଆଉ ୩ ଜଣଙ୍କ ନାମ ମଧ୍ୟ ଅର୍ଜୁନ ପାଇଁ ସୁପାରିସ କରିଛି। ସେମାନେ ହେଲେ ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଅର୍ପିନ୍ଦର ସିଂ(ଟ୍ରିପଲ ଜମ୍ପ), ମନଜିତ ସିଂ(୮୦୦ ମିଟର) ଓ ଏସିଆନ ଚାମ୍ପିୟନ ମିଡଲ ଡିଷ୍ଟାନ୍ସ ରନର ପି.ୟୁ. ଚିତ୍ରା। ଜାଭେଲିନ ତାରକା ନୀରଜ ଚୋପ୍ରାଙ୍କ ନାମ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ସୁପାରିସ ହୋଇଛି। ଡେପୁଟି ଚିଫ୍‌ କୋଚ୍‌ ରାଧାକ୍ରିଷ୍ଣନ ନାୟାରଙ୍କ ନାମ ଦ୍ରୋଣାଚାର୍ଯ୍ୟ ଏବଂ ୧୯୮୨ ଏସିଆନ ଗେମ୍ସର ଡିସ୍‌କସ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା କୁଲଦୀପ ସିଂ ଭୁଲାଙ୍କ ନାମ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ କରାଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଗଠିତ ପ୍ୟାନେଲ ବିଭିନ୍ନ ଜାତୀୟ ଫେଡେରେଶନରୁ ଆସିଥିବା ନାମ ଗୁଡ଼ିକୁ ଶର୍ଟଲିଷ୍ଟ କରିବେ। ମନୋନୀତ କ୍ରୀଡ଼ାବିତ୍‌ ଜାତୀୟ କ୍ରୀଡ଼ା ଦିବସ ଅଗଷ୍ଟ ୨୯ରେ ପୁରସ୍କୃତ ହେବେ।

ଆଶା ରହିଛି
ଗତ ୨ ବର୍ଷ ଧରି ଟ୍ରାକ୍‌ରେ ଚମକ ସୃଷ୍ଟି କରିଥିବାରୁ ଓଡ଼ିଶା ସ୍ପ୍ରିଣ୍ଟର ଦୂତୀ ଏଥର ଅର୍ଜୁନ ପୁରସ୍କାର ପାଇବା ନେଇ ଆଶାବାଦୀ ଅଛନ୍ତି। ”ମୁଁ ୨୦୧୮ ଏସିଆନ ଗେମ୍ସର ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିଲି। ୨୦୧୯ରେ ମୁଁ ଓ୍ବାଲର୍‌ଡ ୟୁନିଭର୍ସିର୍ଟି ଗେମ୍ସରେ ପ୍ରଥମ ଭାରତୀୟ ମହିଳାଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ କରିଥିଲି। ସେହିପରି ଏହିବର୍ଷ କାତାରରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ମଧ୍ୟ ମୁଁ ବ୍ରୋଞ୍ଜ ପଦକ ପାଇଥିଲି। କରୋନା ଭାଇରସ୍‌ ସଂକ୍ରମଣ ଜନିତ ପ୍ରଭାବ ଯୋଗୁ ୨୦୨୦ରେ କୌଣସି ପ୍ରତିଯୋଗିତା ହୋଇ ପାରିନାହିଁ। ତେଣୁ ଗତ ୨ ବର୍ଷର ଟ୍ରାକ୍‌ ରେକର୍ଡ ଯଦି ଦେଖାଯାଏ ତେବେ ମୋ ପାଇଁ ସମ୍ଭାବନା ରହିବ“ ବୋଲି ସମ୍ପ୍ରତି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଚଳାଇଥିବା ଦୂତୀ ପ୍ରକାଶ କରିଛନ୍ତି। ହାଇଦ୍ରାବାଦରେ ରହୁଥିବା କୋଚ୍‌ ନାଗାପୁରୀ ରମେଶଙ୍କ କାର୍ଯ୍ୟସୂଚୀ ଅନୁସାରେ ମୋର ଅଭ୍ୟାସ ଠିକ୍‌ ପଥରେ ରହିଛି ବୋଲି ଦୂତୀ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ପୂର୍ବରୁ ଓଡ଼ିଶାର ୮ ଜଣ କ୍ରୀଡ଼ାବିତ୍‌ ଅର୍ଜୁନ ପୁରସ୍କାର ପାଇ ସାରିଛନ୍ତି। ୧୯୮୦ରେ ସାଇକ୍ଲିଷ୍ଟ ମିନତି ମହାପାତ୍ର ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନ ପାଇଥିଲେ। ପରେ ୧୯୮୨ରେ ଭାରୋତ୍ତୋଳକ ବିଜୟ କୁମାର ଶତପଥୀ, ୧୯୯୮ରେ ଆଥଲେଟ୍‌ ରଚିତା ମିସ୍ତ୍ରି (ପଣ୍ଡା), ୨୦୦୨ରେ ପୂର୍ବତନ ଭାରତୀୟ ହକି ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ, ୨୦୦୭ରେ ପୂର୍ବତନ ଭାରତୀୟ ମହିଳା ହକି ଅଧିନାୟିକା ଜ୍ୟୋତି ସୁନୀତା କୁଲୁ, ୨୦୦୯ରେ ପୂର୍ବତନ ଭାରତୀୟ ହକି ଅଧିନାୟକ ପଦ୍ମଶ୍ରୀ ଇଗ୍ନେଶ ତିର୍କୀ, ୨୦୧୦ରେ ଭାରୋତ୍ତୋଳକ କେ. ରବିକୁମାର ଏବଂ ୨୦୧୯ରେ ଓଡ଼ିଶାର ପ୍ରଥମ ପାରା ଆଥଲେଟ୍‌ଭାବେ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଥିଲେ। (ସମ୍ପ୍ରତି ଓଡ଼ିଶାରେ ରହୁଥିବା ୧୯୭୫ ହକି ବିଶ୍ୱକପ ଏବଂ ୧୯୭୨ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ହକି କିମ୍ବଦନ୍ତୀ ଝାଡ଼ଖଣ୍ଡର ମାଇକେଲ କିଣ୍ଡୋ(୧୯୭୨) ମଧ୍ୟ ଅର୍ଜୁନ ପୁରସ୍କାର ପାଇଥିଲେ।)


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri