Posted inଖେଳ

ଅର୍ଜୁନ ପୁରସ୍କାର: ଅଙ୍କିତା, ଶରନଙ୍କ ନାମ ସୁପାରିସ କଲା ଏଆଇଟିଏ

ନୂଆଦିଲ୍ଲୀ,୧୭।୫ (ପି.ଟି.): ଏସିଆନ ଗେମ୍ସ ପଦକ ବିଜେତା ତଥା ଟେନିସ୍‌ ତାରକା ଅଙ୍କିତା ରାଇନା ଓ ଦିଭିଜ ଶରନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌ କରାଯାଇଛି। ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଏହି ଦୁଇ ଖେଳାଳିଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ପୂର୍ବତନ ଡେଭିସ୍‌ କପ୍‌ କୋଚ୍‌ ନନ୍ଦନ ବଲଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଏଆଇଟିଏ ସୁପାରିସ କରିଛି।
୨୭ ବର୍ଷୀୟା ଅଙ୍କିତା ୨୦୧୮ ଏସିଆନ ଗେମ୍ସରେ ମହିଳା ସିଙ୍ଗଲ୍ସରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଫେଡ୍‌ କପ୍‌ରେ ମଧ୍ୟ ସେ ଦମ୍‌ଦାର ପ୍ରଦର୍ଶନ କରି ଭାରତକୁ ପ୍ରଥମଥର ପାଇଁ ଓ୍ବାଲର୍‌ଡ ଗ୍ରୁପ୍‌ ପ୍ଲେ- ଅଫ୍ସରେ ପହଞ୍ଚାଇଥିଲେ। ସେହିପରି ଦିଲ୍ଳୀର ଶରନ ଜାକାର୍ତ୍ତରେ ଅନୁଷ୍ଠିତ ଏସିଆନ ଗେମ୍ସରେ ନିଜ ଦେଶରେ ରୋହନ ବୋପାନ୍ନାଙ୍କ ସହ ପୁରୁଷ ଡବଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୩୪ ବର୍ଷୀୟ ଶରନ ୨୦୧୯ ସେସନରେ ଦୁଇଟି ଏଟିପି ଟାଇଟଲ ହାସଲ କରିଥିଲେ। ସେ ଓ ବୋପାନ୍ନା ପୁଣେରେ ଟାଟା ଓପନ୍‌ ମହାରାଷ୍ଟ୍ର ଓ ସେଣ୍ଟ ପିଟର୍ସବର୍ଗରେ ଆଇଗର ଜେଲେନେଙ୍କ ସହ ମିଶି ଏଟିପି ଟାଇଟଲ ଜିତିଥିଲେ। ଅର୍ଜୁନ ପୁରସ୍କାର ପାଇବା ପାଇଁ ଏହି ଦୁଇ ଖେଳାଳିଙ୍କର ହକ୍‌ ରହିଛି ଓ ଏମାନେ ଯୋଗ୍ୟ। ତେଣୁ ଆମେ ଏମାନଙ୍କ ନାମ ସୁପାରିସ କରିଛୁ ବୋଲି ଏଆଇଟିଏ ସାଧାରଣ ସମ୍ପାଦକ ହିରୋନମୟ ଚାଟାର୍ଜୀ କହିଛନ୍ତି।
୨୦୧୮ ଫେଡ୍‌ କପ୍‌ରେ ଅଙ୍କିତା ସିଙ୍ଗଲ୍ସରେ ଅପରାଜେୟ ରହିଥିଲେ। ସେବେଠାରୁ ସେ ଡବ୍ଲ୍ୟୁଟିଏ ଓ ଆଇଟିଏଫ୍‌ରେ ଭାରତର ଶ୍ରେଷ୍ଠ ଖେଳାଳି ବିବେଚିତ ହେଉଛନ୍ତି। ସେ ୬ଟି ୨୫ ହଜାର ଆମେରିକୀୟ ଡଲାର ଲିବେଲର ଟାଇଟଲ ମଧ୍ୟ ହାସଲ କରିଛନ୍ତି ଓ ଚଳିତ ବର୍ଷ ମାର୍ଚ୍ଚରେ ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ୧୬୦ତମ ସ୍ଥାନ ହାସଲ କରିଛନ୍ତି। ଶେଷଥର ପାଇଁ ବୋପାନ୍ନା ଟେନିସ ଖେଳାଳି ହିସାବରେ ୨୦୧୮ରେ ଅର୍ଜୁନ ପୁରସ୍କାର ଜିତିଥିଲେ।
ସେହିପରି ଜୀବନବ୍ୟାପୀ ଅବଦାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ଲାଗି ନନ୍ଦନଙ୍କ ନାମ ସୁପାରିସ କରାଯିବ ବୋଲି ଏଆଇଟିଏ ତରଫରୁ କୁହାଯାଇଛି। ୬୦ ବର୍ଷୀୟ ନନ୍ଦନ ୧୯୮୦- ୮୩ରେ ଡେଭିସ କପ୍‌ରେ ଦୁଇଟି ଟାଇ ଖେଳିଥିଲେ। ସେ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜୟ ବରଣ କରିଥିଲେ। ଦୀର୍ଘ ବର୍ଷ ଧରି ସେ ଡେଭିସ କପ୍‌ରେ ଭାରତୀୟ ଦଳରେ କୋଚ୍‌ ରହିଥିଲେ। ଏପର୍ଯ୍ୟନ୍ତ କେବଳ ୩ଟି ଖେଳାଳି ଧ୍ୟାନଚାନ୍ଦ ପୁରସ୍କାର ହାସଲ କରିଛନ୍ତି। ସେମାନେ ହେଲେ ଜିସାନ ଅଲି (୨୦୧୪), ଏସ୍‌.ପି. ମିଶ୍ରା (୨୦୧୫) ଓ ନୀତୀନ କୀର୍ତ୍ତନ (୨୦୧୯)। ଏପର୍ଯ୍ୟନ୍ତ କୌଣସି ଟେନିସ ଖେଳାଳିଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri